Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ନବୀନ ଗିରଫ ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ମାଗିଥିଲେ ସୁପାରି

28/03/2019 at 7:05 PM

ଜୟପୁର ୨୮/୩- ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ସୁପାରୀ ମାଗି ଯୁବକ ଗିରଫ । ସୋସିଆଲ ମିଡ଼ିଆରେ ଏହି ଖବର ଭାଇରାଲ ହେବାପରେ ଯୁବକଙ୍କୁ ଗିରଫ କରିଛି ପୋଲିସ । ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ଧମକଦେବା ଅର୍ଥାତ ରାଷ୍ଟ୍ରୀୟ ସୁରକ୍ଷାକୁ ଚ୍ୟାଲେଂଜ କରିବା ସହ ସମାନ । ଏହି କାରଣରୁ ଯୁବକଙ୍କୁ ଗିରଫ କରିଛି ଜୟପୁର ପୋଲିସ ।

ସୋସିଆଲ ମିଡ଼ିଆରେ ମୋଦିଙ୍କୁ ହତ୍ୟା କରିବାକୁ ନେଇ ଏକ ପୋଷ୍ଟ  ୨୬ ମାର୍ଚ୍ଚରେ ଭାଇରାଲ ହେଲା । ଏଥିରେ ନବୀନ ସ୍ବାମୀ ନାମକ ଜଣେ ଯୁବକ ଏହି ସୋସିଆଲ ମିଡ଼ିଆରେ କରିଥିଲା ପୋଷ୍ଟ । ଏହି ପୋଷ୍ଟରେ ଲେଖିଥିଲା କେହି ମୋଦିଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇପାରିବ କି ? ଏହାପରେ ଆରମ୍ଭ ହୋଇଯାଇଥିଲା ବିବାଦ ।

ପୋଲିସର ମୁଣ୍ଡବ୍ୟାଥାର କାରଣ ପାଲଟିଯାଇଥିଲା । ସୋସିଆଲ ମିଡ଼ିଆରେ ଖୋଲାଖୋଲି ଭାବେ ଚ୍ୟାଲେଂଜ କରିଥିବା ନବୀନଙ୍କୁ ଖୋଜିଥିଲା ପୋଲିସ । ଶେଷରେ ଜୟପୁର ତ୍ରୀବେଣୀ ନଗର ପୋଲ ନିକଟରେ  ଗିରଫ କଲା ପରେ ଆସ୍ଵସ୍ତ ଅନୁଭବ କରିଥିଲା ବୋଲି କହିଛନ୍ତି ବଜାଜ ନଗର ଥାନାଧିକାରୀ ।

ଯାହା ଜଣାଯାଇଛି ନବୀନ ମୂଳ ବାସିନ୍ଦା ହରିୟାଣାର । କିନ୍ତୁ ୧୦ ବର୍ଷ ହେଲା ରାଜସ୍ଥାନ ଜୟପୁରରେ ରହୁଛି । ସେ ଏକ ଷ୍ଟେସନାରୀ ଦୋକାନ କରିଥିଲା । ସେ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଥିଲା । ଲାଇକ କମେଣ୍ଟ ପାଇବା ଲୋଭରେ ଏବୁ କାମ କରେ ବୋଲି କହିଛି । ନବୀନଙ୍କ ସୋସିଆଲ ମିଡ଼ିଆରେ ଅନେକ ରାଜନୈତିକ ଲୋକ ବନ୍ଧୁଥିବା କଥା ଜଣାଯାଇଛି ।

ଯଦି କେହି ଯୁବଗୋଷ୍ଠୀ ଲାଇକ କିମ୍ବା କମେଣ୍ଟ ପାଇଁ ଏଭଳି କରୁଥାନ୍ତି ,ସତର୍କ ରହନ୍ତୁ । ନହେଲେ ଆପଣମାନେ ବି ନବୀନ ଭଳି ଦେଶର ନିରାପତ୍ତା ଭାଙ୍ଗୁଥିବା ଆଇନବଳରେ ହୋଇପାରନ୍ତି ଗିରଫ ।

   Related Posts