ହିଞ୍ଜିଳି ସହିତ ବିଜେପୁରରୁ ଲଢ଼ିପାରନ୍ତି ନବୀନ : ନବୀନ କାହିଁକି ପଶ୍ଚିମ ଓଡିଶା ଆଡେ ମନ ବଳାଇଲେ ସେ ନେଇ ଚର୍ଚ୍ଚା

Published By : Prameya-News7 Bureau | March 17, 2019 IST

ବିଜେପୁରରୁ ଲଢ଼ିପାରନ୍ତି ନବୀନ । ହିଞ୍ଜିଳି ସହିତ ବରଗଡ଼ ବିଜେପୁରରୁ ଦ୍ବିତୀୟ ଆସନରେ ପ୍ରାର୍ଥୀ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ । ଦୁଇଟି ଆସନରେ ଏଥର ଲଢ଼ପାରନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମ ଓଡିଶାର ସାଂସଦ, ବିଧାୟକ,ବୁଦ୍ଧିଜୀବୀ ଏବଂ ଯୁବବର୍ଗ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଅନୁରୋଧ କରିଛନ୍ତି ।

{"id":94602}

ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଗୁରୁତ୍ବର ସହ ବିଚାର କରିବେ କହିଛନ୍ତି । ବିଜେପୁର ଉପନିର୍ବାଚନ ବେଳେ ବିଜେପୁର ତାଙ୍କର ଦ୍ବିତୀୟ ନିର୍ବାଚନ ମଣ୍ଡଳୀ ବୋଲି ଘୋଷଣା କରିଥିଲେ । ୮ ମାସ ତଳେ ରୀତା ସାହୁଙ୍କୁ ପ୍ରାର୍ଥୀ କରାଇ ଜିତାଇ ଥିଲା ବିଜେଡି । ଏବେ ତାଙ୍କୁ ବଦଳାଇଲେ ମେସେଜ୍ ଖରାପ ଯିବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ବିଜେପୁରରୁ ପ୍ରାର୍ଥୀ କରାଇବାକୁ ବିଜେଡି ଯୋଜନା କରିଥିବା ମଧ୍ୟ କୁହାଯାଉଛି ।…

{"id":94603}

୨୦୦୦ ମସିହାରୁ ହିଞ୍ଜିଳି ଆସନରୁ ଲଢ଼ିଆସୁଥିବା ମୁଖ୍ୟମନ୍ତ୍ରୀ ହଠାତ୍ କାହିକିଁ ସୀମା ଡେଇଁ ପଶ୍ଚିମା ଓଡ଼ିଶା ଆଡେ ମନବଳାଇଲେ । ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ପଶ୍ଚିମ ଓଡିଶା ସୀମାରେ ଛତିଶଗଡରେ କଂଗ୍ରେସ ସରକାର ଥିବାବେଳେ ସୀମାରେ ଥିବା ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ କଂଗ୍ରେସର ପ୍ରଭାବ ପଡିପାରେ। ଏହା ସହିତ ପଶ୍ଚିମ ଓଡିଶାରେ ବିଜେପିର ବି ଭଲ ସ୍ଥିତି ରହିଛି।

{"id":94604}

ତେଣୁ ଦୁଇ ଦଳକୁ ଟକ୍କର ଦେବା ପାଇଁ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡିଶାରେ ଲଢ଼ାଇ ଫାଇଦା ନେବା ଚକ୍କରରେ ରହିଛି।କାରଣ ପଶ୍ଚିମ ଓଡିଶାରେ ୩୭ ନିର୍ବାଚନ ମଣ୍ଡଳୀ ଥିବାବେଳେ ଏବେ ବିଜେଡି କବଜାରେ ୨୩, ବିଜେପି ୮, କଂଗ୍ରେସ ୪, ସିପିଏମ ୧ ଏବଂ ସ୍ବାଧୀନ ସଦସ୍ୟଙ୍କ କବଜାରେ ଗୋଟିଏ ଆସନ ରହିଛି ।ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରାଇ ଅଧିକ ସିଟ୍ ଆଣିବାକୁ ଯୋଜନା କରିଛି ବିଜେଡି ।…

{"id":94605}

ପଶ୍ଚିମ ଓଡ଼ିଶାରେ ବିଜେଡି-ବିଜେପି ଓ କଂଗ୍ରେସ ଭିତରେ କଡ଼ା ଟକ୍କର ହେବ । କାରଣ ଚାଷୀଙ୍କ ଭୋଟ ଅଧିକ ରହିଛି । ଚଳିତ ବର୍ଷ ନିର୍ବାଚନରେ ଚାଷୀ ମାନେ ନିର୍ଣ୍ଣାୟକ ଭୂମିକା ନେବେ। ସେଥିପାଇଁ ବିଜେଡି ପଶ୍ଚିମ ଓଡ଼ିଶାରେ ପୂର୍ବପରି ଦବଦବା ବଜାୟ ରଖିବା ପାଇଁ ମୁଖମ୍ୟନ୍ତ୍ରୀଙ୍କ କାର୍ଡ ଖେଳିଛି ।…

{"id":94606}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.