Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଦିନେ ୨୦୦ ଟଙ୍କା ପାଇଁ ଖେଳୁଥିଲେ କ୍ରିକେଟ୍, ଆଜି ଭାରତୀୟ ଟେଷ୍ଟ ଟିମ୍‌ରେ କଲେ ପଦାର୍ପଣ

7/01/2021 at 8:51 AM

ସିଡନୀ,୦୭/୦୧:  ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଉମେଶ ଯାଦବଙ୍କ ସ୍ଥାନରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ନବଦୀପ ସୈନୀ । ସେ ସିଡନୀ ଟେଷ୍ଟରେ ପଦାର୍ପଣ କରିଥିବା ଦଳର ୨୯୯ତମ ଖେଳାଳି ହୋଇଛନ୍ତି । ତାଙ୍କୁ ଦ୍ରୁତ ବୋଲର ଜସପ୍ରିତ ବୁମରାହ ଟେଷ୍ଟ୍ କ୍ୟାପ୍ ଦେଇଥିଲେ ।

୨୮ ବର୍ଷୀୟ ଦକ୍ଷିଣହାତୀ ବୋଲର ନବଦୀପ ଲଗାତର ଭାବେ ଘଣ୍ଟା ପ୍ରତି ୧୪୦ କିମି ବେଗରେ ବୋଲିଂ କରିପାରନ୍ତି । ସେ ଭାରତ ତରଫରୁ ଟି୨୦ ଓ ଦିନିକିଆ ଖେଳି ସାରିଛନ୍ତି । ଟି୨୦ରେ ସେ ୧୩ଟି ଓ୍ୱିକେଟ୍ ନେଇଥିବା ବେଳେ ୭ଟି ଦିନିକିଆରେ ୬ଟି ଓ୍ୱିକେଟ ନେଇଛନ୍ତି ।

ରଣଜୀ ଟ୍ରଫିରେ ନବଦୀପ ଦିଲ୍ଲୀ ତରଫରୁ ଖେଳୁଥିଲେ । ପ୍ରକୃତରେ ତାଙ୍କ ଘର ହେଉଛି ହରିୟାଣାର କରନାଲ । ଏପରି ଦିନ ଥିଲା ଯେତେବେଳେ ନବଦୀପ କରନାଲ ଲୋକାଲ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ତାଙ୍କୁ ୨୦୦ ଟଙ୍କା ମିଳୁଥିଲା । ୨୦୧୩ ଯାଏଁ ସେ ଟେନିସ୍ ବଲରେ ବୋଲିଂ କରୁଥିଲେ ।

କରନାଲ ପ୍ରିମିୟର ଲିଗରେ ଦିଲ୍ଲୀର ପୂର୍ବତନ ଦ୍ରୁତ ବୋଲର ସୁମିତ ନରଓ୍ୱାଲଙ୍କୁ ନବଦୀପଙ୍କ ବୋଲିଂ ପ୍ରଭାବିତ କରିଥିଲା । ଏହାପରେ ନବଦୀପ ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ନେଟ୍ସରେ ପ୍ରାକ୍ଟିସ୍ କରିଥିଲେ । ଗମ୍ଭୀର ତାଙ୍କ ବୋଲିଂ ଦେଖି ଚକିତ ହେବା ସହ ସବୁଦିନ ଅଭ୍ୟାସ ପାଇଁ କହିଥିଲେ । ୨୦୧୩-୧୪ରେ ସେ ଦିଲ୍ଲୀ ରଣଜୀ ଟିମ୍ ପାଇଁ ଚୟନ ହୋଇଥିଲେ । ଏହାପରେ ସେ ଆଉ ପଛକୁ ଦେଖିନଥିଲେ ।

ନବଦୀପ ୪୬ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ୧୨୮ଟି ଓ୍ୱିକେଟ୍ ନେଇଛନ୍ତି । ତାଙ୍କର ସବୁଠାରୁ ଭଲ ପ୍ରଦର୍ଶନ ହେଉଛି ୩୨ ରନ୍ ଦେଇ ୬ ଓ୍ୱିକେଟ୍ ନେବା । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୪ ଥର ୫ଟି ଓ୍ୱିକେଟ୍ ନେଇଛନ୍ତି ।

   Related Posts