୩ ଦିନ ପରେ ଅପହୃତ ବ୍ୟବସାୟୀ ଉଦ୍ଧାର

Published By : Prameya-News7 Bureau | June 02, 2018 IST

୩ ଦିନ ତଳେ ବାଲେଶ୍ବର ଜିଲ୍ଲା ଭୋଗରାଇ କଳେହି ଗାଁରୁ ଅପହୃତ ହୋଇଥିବା ଫର୍ନିଚର ବ୍ୟବସାୟୀ ଭବ ଶଙ୍କର ପଣ୍ଡାଙ୍କୁ ପୋଲିସ ଉଦ୍ଧାର କରିଛି । ସେହି ଗାଁର ସକିନା ବିବି ଓ ତାଙ୍କ ୨ ପୁଅ ଭବଶଙ୍କରଙ୍କୁ ଅପହରଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା | ଭବଶଙ୍କର ସକିନାଙ୍କଠାରୁ ଜମି ବିକ୍ରି ବାବଦକୁ ୩ ଲକ୍ଷ ଟଙ୍କା ନେଇ ଫେରାଇ ନଥିଲେ |ଫଲରେ ଟଂକା ଫେରିପାଇବା ପାଇଁ ଏହି ଅପହରଣ ହୋଇଥିବା ପୋଲିସ କହିଛି । ଭବଶଙ୍କରଙ୍କୁ ପଶ୍ଚିମବଙ୍ଗ ସୀମାନ୍ତରୁ ଭୋଗରାଇ ପୋଲିସ ଉଦ୍ଧାର କରିଛି| ତେବେ ଅପହରଣକାରୀମାନେ ଫେରାର ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.