ଅପହରଣ ହୋଇଥିବା ୨ ନାବାଳକ ବଲାଙ୍ଗିର ରେଲୱେ ଷ୍ଟେସନରୁ ଉଦ୍ଧାର
6/06/2018 at 10:27 AM

ବଲାଙ୍ଗିର ରେଲୱେ ଷ୍ଟେସନ ନିକଟ ବିକ୍ରମ ଛକରୁ ୨ ନାବାଳକ ଉଦ୍ଧାର । ୨ ନାବାଳକ ସୋନପୁର ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ସମ୍ପର୍କରେ ଦୁଇ ଭାଇ । ଆଜି ସକାଳୁ ଅଭିଷେକ ମେହେର ଓ ତାଙ୍କ ପିଉସୀ ପୁଅ ଭାଇ ଜିଲୁ ମେହେର ଦୁହେଁ ଷ୍ଟାଡିୟମକୁ ଖେଳିବାକୁ ଯାଉଥିବା ବେଳେ ତାଙ୍କ ଉପରକୁ କିଏ ପଥର ଫୋପାଡିଥିଲେ । ତେବେ କିଏ ଏହି ପଥର କିଏ ଫୋପାଡିଲା ତାହା ଦେଖିବାକୁ ଯିବା ବେଳେ ହଠାତ୍ ପଛପଟୁ ମୁହଁରେ କପଡା ଗୁଡାଇ ସେମାନଙ୍କୁ କେହି ଉଠାଇ ନେଇଥିଲେ । ପରେ ସେମାନଙ୍କୁ ବଲାଙ୍ଗିର ଷ୍ଟେସନ ନିକଟରେ ଛାଡି ପଳାଇଥିଲେ । ଦୁହିଁଙ୍କୁ କେହି ଦୁର୍ବୃତ୍ତ ଅପହରଣ କରି ନେଇଯାଉଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଦୁହିଁଙ୍କୁ ବଲାଙ୍ଗିର ଟାଉନ ଥାନା ପୋଲିସ ଉଦ୍ଧାର କରିଥିଲା । ତେବେ କିଏ ଓ କାହିଁକି ନାବାଳକ ଦୁହିଁଙ୍କୁ ଉଠାଇ ନେଇଥିଲେ ତାର ତଦନ୍ତ ଚଳାଇଛି ପୋଲିସ ।
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021