Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ନାବାର୍ଡ ରିପୋର୍ଟରେ ରାଜ୍ୟ ସମବାୟ ବ୍ୟାଙ୍କର ଲମ୍ବା ଅନିୟମିତତା ତାଲିକା : ଟପ୍ ଅଧିକାରୀଙ୍କ ବିଦେଶ ଭ୍ରମଣ ପାଇଁ ସ୍ପୋନସର କରୁଛନ୍ତି ଫଣ୍ଡ ମ୍ୟାନେଜର

26/06/2019 at 4:31 PM

ଭୁବନେଶ୍ବର ୨୬|୬: ଚାଷୀର ଖାତାକୁ ଧାନ ବିକ୍ରି ଟଙ୍କା ପଠାଏ ରାଜ୍ୟ ସମବାୟ ବ୍ୟାଙ୍କ୍ । ଚାଷୀର ସ୍ୱାର୍ଥ ସହ ସିଧା ଜଡ଼ିତ ଥିବା ଏହି ବ୍ୟାଙ୍କର କାର୍ଯ୍ୟକଳାପକୁ ନେଇ ଅନେକ ସାଂଘାତିକ ତଥ୍ୟ ଲାଗିଛି ନ୍ୟୁଜ୭ ହାତରେ । ନାବାର୍ଡର ଇନସ୍ପେକ୍ସନ ରିପୋର୍ଟରେ ରହିଛି ଏମିତି ଅନେକ ତଥ୍ୟ, ଯାହା ବ୍ୟାଙ୍କର ପରିଚାଳନା ଓ ପରିଚାଳକଙ୍କ କାର୍ଯ୍ୟକଳାପକୁ ନେଇ ତିଆରି କରିଛି ସନ୍ଦେହ ।

ମଣ୍ଡିରେ ଧାନ ପଡ଼ି ରହିଛି । ବର୍ଷାରେ ଭଜୁଛି । ଯେତିକି ବି ଯାଉଛି, ତାହାର ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ସମୟରେ ଆସୁ ନ ଥିବା ଅଭିଯୋଗ ହେଉଛି । ଆଉ ଏତିକି ବେଳେ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଓ ପୂର୍ବତନ ପରିଚାଳନା ନିର୍ଦ୍ଦେଶକଙ୍କ ବିଦେଶ ବୁଲା ଚର୍ଚ୍ଚାରେ । ନ୍ୟୁଜ୭ ହାତରେ ଲାଗିଥିବା ନାବାର୍ଡର ଇନସ୍ପେକ୍ସନ ରିପୋର୍ଟରେ ସମବାୟ ବ୍ୟାଙ୍କର ଅନେକ ଅନିୟମିତତା କଥା ସାମ୍ନାକୁ ଆସିଛି ।

ନାବାର୍ଡର ୨୦୧୮-୧୯ ରିପୋର୍ଟରେ ସ୍ପଷ୍ଟ ଭାବେ ପାକ୍ସ ସ୍ତରରେ ତ୍ରୁଟି, ଦୁର୍ବଳ ସଫ୍ଟୱେର ଓ ବ୍ୟାଙ୍କିଂ ସେବା, ଏପରିକି ଖାତାର ଓପନିଂ-କ୍ଲୋଜିଂ ବାଲାନ୍ସରେ ତାଳମେଳ ନ ଥିବା ଉଲ୍ଲେଖ ରହିଛି । ଚାଷୀଙ୍କୁ ଉଚିତ୍ ସେବା ଦେବାରେ ବିଫଳ ହୋଇଛି ରାଜ୍ୟ ସମବାୟ ବ୍ୟାଙ୍କ୍ । ହେଲେ ଏହାର ସମାଧାନ କରିବାକୁ ଦାୟିତ୍ୱରେ ଥିବା ସଭାପତି ଓ ତତ୍କାଳୀନ ଏମଡିଙ୍କ ବିରୋଧରେ ଖୋଦ୍ ଫଣ୍ଡ ମ୍ୟାନେଜରଙ୍କ ସ୍ପୋନସରରେ ବିଦେଶ ବୁଲାର ଅଭିଯୋଗ ରହିଛି ଏଥିରେ । ଏକ ନିର୍ଦ୍ଦିଷ୍ଟ ସଂସ୍ଥା ଯିଏ ବ୍ୟାଙ୍କର ଫଣ୍ଡ ମ୍ୟାନେଜର, କାହିଁକି ସଭାପତି ଓ ଏମଡିଙ୍କୁ ମୋଟା ଅର୍ଥରେ ବିଦେଶ ବୁଲାଇଲା, ଏଥିରେ କଣ ସ୍ୱାର୍ଥ ରହିଛି  ତାକୁ ନେଇ ଉଠିଛି ପ୍ରଶ୍ନ ।

ଏପିରିକି ବ୍ୟାଙ୍କ୍ ପରିଚାଳନାକୁ ନେଇ ରାଜ୍ୟ ବିଧାନସଭାକୁ ଭୁଲ୍ ଉତ୍ତର ଦିଆଯାଉଥିବା ସାଂଘାତିକ ଅଭିଯୋଗ ରହିଛି ଏହି ଇନସ୍ପେକ୍ସନ ରିପୋର୍ଟରେ । ସଭାପତିଙ୍କ ଗସ୍ତ, ଭତ୍ତା ଖର୍ଚ୍ଚ ଭରଣା ଆରସିଏସର ବିନା ଅନୁମୋଦନରେ କରାଯାଉଥିବା ବି ଏହି ରିପୋର୍ଟ କହୁଛି । ସେପଟେ ଅନେକ ଅଭିଯୋଗ ସତ୍ତ୍ୱେ ସିବିଏସ ଭେଣ୍ଡରକୁ ଅହେତୁକ ଅନୁକମ୍ପା  ପ୍ରଦର୍ଶନ କରାଯାଉଥିବା ରିପୋର୍ଟରେ କୁହାଯାଉଛି । ତେବେ ଏ ନେଇ ଫୋନ୍ ଯୋଗେ ପ୍ରତିକ୍ରିୟା ରଖି ସଭାପତି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେପଟେ ପୂର୍ବତନ ଏମଡି ତୁଷାରିକାନ୍ତ ପଣ୍ଡା ମଧ୍ୟ କହିଛନ୍ତି, ତାଙ୍କୁ ବଦନାମ କରିୂବାକୁ ଏଭଳି ମିଛ ରିପୋର୍ଟ କରାଯାଉଛି । ବିଭାଗକୁ ଏ ନେଇ ସେ ଅବଗତ କରାଇଛନ୍ତି ।

ଚାଷୀ ସମସ୍ୟାରେ । ହେଲେ ଚାଷୀଙ୍କୁ ସୁବିଧା ଦେବାକୁ ଥିବା ସଂସ୍ଥାର ମୁଖ୍ୟ ମାନଙ୍କ ଆଚରଣ ଓ କାର୍ଯ୍ୟ କିଭଳି ତାହା ଏ ରିପୋର୍ଟରୁ ଜଣାପଡ଼ୁଛି । ଏବେ ପ୍ରଶ୍ନ ଉଠୁଛି, ନାବାର୍ଡର ଏଭଲି ରିପୋର୍ଟ ଉପରେ ରାଜ୍ୟ ସରକାର କଣ ପଦକ୍ଷେପ ନେବେ?

   Related Posts