ଅକ୍ଟୋବର ୯ ତାରିଖରୁ ନବରାତ୍ରି : ଜାଣନ୍ତୁ କେମିତି କରିବେ ବ୍ରତ ଓ ପୂଜା

Published By : Prameya-News7 Bureau | October 08, 2018 IST

ଭୁବନେଶ୍ୱର ୮/୧୦ : ଅକ୍ଟୋବର ୯ ତାରିଖରୁ ଶାରଦୀୟ ନବରାତ୍ରର ଶୁଭାରମ୍ଭ ହେଉଛି | ନବରାତ୍ରର ଏହି ୯ଦିନ ମା ଦୁର୍ଗାଙ୍କ ଉପାସନା ପାଇଁ ପ୍ରକୃଷ୍ଟ ସମୟ | ଏହାକୁ ନବଦିଗାତ୍ମକ ପୂଜା ବୋଲି ମଧ୍ୟ କୁହାଯାଇଥାଏ | ଶ୍ରଦ୍ଧାଳୁମାନେ ଏହି ୯ଦିନ ନିଜ ନିଜ ଘରେ ଘଟ ସ୍ଥାପନା କରି ଅଖଣ୍ଡ ଜ୍ୟୋତି ସ୍ଥାପନା କରିଥାନ୍ତି | ୯ଦିନ ବ୍ୟାପି ଉପବାସ ମଧ୍ୟ ରଖିଥାନ୍ତି | ଆସନ୍ତୁ ଜାଣିବା ନବରାତ୍ରର ଘଟ ସ୍ଥାପନା ଏବଂ ଅଖଣ୍ଡ ଜ୍ୟୋତି ପ୍ରଜ୍ବଳନ କରିବାର ଶୁଭ ମୁହୂର୍ତ୍ତ କଣ ରହିଛି | ସକାଳ- ୬ଟାରୁ ପୂର୍ବାହ୍ନ ୯ଟା ମଧ୍ୟରେ ପୂର୍ବାହ୍ନ ୧୦ଟା ୩୦ ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଏବଂ ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୬ଟା ମଧ୍ୟରେ [gallery ids="48219,48223,48225"] କେମିତି କରିବେ ଘଟ ସ୍ଥାପନା : ପୂଜା ସ୍ଥାନରେ ମାଟିରେ ଏକ ଛୋଟିଆ ବେଦୀ ସ୍ଥାପନ କରି ଧାନ, ଗହମ ଆଦି ଶସ୍ୟବୀଜ ରୋପଣ କରିବାକୁ ହେବ | ଏହାପରେ ନିଜ ସାମର୍ଥ୍ୟ ଅନୁସାରେ ଏହି ମାଟି ଉପରେ ସ୍ଵର୍ଣ, ତାମ୍ର ବା ମାଟିର କଳସ ସ୍ଥାପନ କରିବା ବିଧେୟ | ଏହା ଉପରେ ମାଟିର ମୂର୍ତ୍ତିକୁ ସ୍ଥାପନ କରିବାର ଆବଶ୍ୟକ | ମୂର୍ତ୍ତି ଯଦି କଞ୍ଚା ମାଟି ବା କାଗଜରେ ତିଆରି ହୋଇଥାଏ ତାହେଲେ ଧ୍ୟାନ ଦେବାକୁ ହେବ ଏହା ଯେମିତି ବିକୃତ ନହୁଏ |ଏଥିପାଇଁ ଆବଶ୍ୟକ ହେଲେ ଏହାକୁ କାଚରେ ବନ୍ଧେଇ କରାଯାଇପାରିବ | ଅନ୍ୟଥା କଳସରେ ସ୍ୱସ୍ତିକ ଚିହ୍ନ ଅଙ୍କନ କରିବା ସହ ମା ଦୁର୍ଗାଙ୍କ ପ୍ରତିକୃତି ଅଙ୍କନ କରି ପୂଜନ କରାଯାଇପାରିବ | ଏଠାରେ ଶାଳଗ୍ରାମ ସ୍ଥାପନ କରି ଶ୍ରୀ ବିଷ୍ଣୁଙ୍କୁ ମଧ୍ୟ ପୂଜନ କରାଯାଇପାରିବ | [gallery ids="48227"] ଦୁର୍ଗା ଶପ୍ତସତୀ ପାଠ : ନବରାତ୍ର ବ୍ରତ ଆରମ୍ଭରେ ସ୍ୱସ୍ତିକ ବଚନ - ଶାନ୍ତିପାଠ କରି ସଂକଳ୍ପ ନେବାକୁ ହୋଇଥାଏ | ଏହାପରେ ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ କରି ମାତୃକା, ଲୋକପାଳ, ନବଗ୍ରହ, ବରୁଣ ଆଦି ଦେବତାଙ୍କୁ ବିଧି ଅନୁସାରେ ପୂଜା କରିବା ଆବଶ୍ୟକ | ଏହା ପରେ ମୁଖ୍ୟ ମୂର୍ତ୍ତିକୁ ଷୋଡଶ ଉପଚାରରେ ପୂଜନ କରଣୀୟ | ମା ଦୁର୍ଗାଦେବୀଙ୍କ ଆରାଧନା ଅନୁଷ୍ଠାନରେ ମହାକାଳୀ, ମହାଲକ୍ଷ୍ମୀ ଏବଂ ମହାସରସ୍ୱତୀଙ୍କ ପୂଜା କରିବା ସହ ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଶ୍ରୀ ଦୁର୍ଗା ଶପ୍ତସତୀ ପଠନ କରିବା ବିଧେୟ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.