ଭଞ୍ଜନଗର ୨୪।୧୦: ଗଞ୍ଜାମ ଜିଲ୍ଲା କୁଲାଡ ସ୍ଥିତ ତଳ ବାଗଦେବୀ ଓ ଉପର ମା ବ୍ୟାଘ୍ର ଦେବୀଙ୍କ ଠାରେ ନବରାତ୍ର ପୁଜା ଚାଲିଛି। କରୋନା କଟକଣା ସତ୍ୱେ ମାଙ୍କ ଅଷ୍ଟମୀ ପୂଜାରେ ଭକ୍ତ ଦର୍ଶନ ପାଇଁ ଆସିଛନ୍ତି। ମାଙ୍କ ରୀତି ନୀତିରେ କୌଣସି ପରିବର୍ତନ କରାଯାଇନାହିଁ। ପୂର୍ବ ଭଳି ମାଙ୍କ ପୀଠରେ ସପ୍ତମୀ ଦିନରୁ ପୂଜାଅର୍ଚ୍ଚନା ଚାଲିଛି । ଭକ୍ତ ମାନେ ନଡିଆ, କଦଳୀ ମୁଆଁ ଆଦି ଭୋଗରାଗ କରୁଛନ୍ତି।
ପୂଜା ଅବସରରେ ପୀଠରେ ମନ୍ତ୍ର ପାଠ, ହୋମଯଜ୍ଞ ଚାଲିଛି । କିନ୍ତୁ ବାହାରୁ ଆସୁଥିବା ଦର୍ଶକ ଆସିପାରୁନାହାନ୍ତି। ପୂର୍ଵରୁ ଯେଉଁ ପରି ଷୋଡ଼ଶ ଉପଚାର କରୁଥାଆନ୍ତି ସେହିପରି ଚାଲିଛି । କିନ୍ତୁ ଆଗ ଅପେକ୍ଷା ଅଲୋକ ସଜା ଓ ମାଇକ ବନ୍ଦ ରହିଛି। ମାଙ୍କ ନବମୀ ତିଥିରେ ଉଦ୍ଯାପନୀ କାର୍ଯ୍ୟ ରହିଛି । ଏହି ପୀଠ ଭଞ୍ଜ ରଜା ବଂଶର ଆରଧ୍ୟା ଦେବୀ ହୋଇଥିବାରୁ ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି । ମାଙ୍କ ମହିମା ଅପାର ରହିଛି ।