କେବୁଲ କର୍ମଚାରୀଙ୍କୁ ଏସ୍‌ପି ମାଡ ମାରିବା ଘଟଣା ; ବଦଳିଲେ ନବରଙ୍ଗପୁର ଏସ୍‌ପି ବିବେକାନନ୍ଦ ଶର୍ମା

Published By : Prameya-News7 Bureau | November 30, 2018 IST

ନବରଙ୍ଗପୁର ୩୦|୧୧:  ବଦଳିଲେ ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମା। ଏସପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ ଆତଙ୍କରାଜ ଖେଳାଉଥିବା ନେଇ ହୋଇଥିଲା ଅଭିଯୋଗ। ନିକଟରେ ତାଙ୍କ ଘରକୁ ଟିଭି କେବୁଲ ସଜାଡ଼ିବାକୁ ଯାଇଥିବା ଜଣେ କର୍ମଚାରୀ ବାବୁଲା ଭତ୍ରାଙ୍କୁ ବିନାକାରଣରେ ମାଡ଼ ମାରିବା ନେଇ ଅଭିଯୋଗ ଆସିଥିଲା। ଏସପିଙ୍କୁ ନମସ୍କାର ନ କରିବାକୁ ସଂପୃକ୍ତ କର୍ମଚାରୀଙ୍କୁ ସେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।   ଏନେଇ ନବରଙ୍ଗପୁର କଂଗ୍ରେସ ରାସ୍ତାକୁ ଓହ୍ଲାଇଥିଲା ।  ଆଗରୁ ନିଜର ଦୁଇ ଫଲୋୟର୍ ଅର୍ଡର୍ଲିଙ୍କୁ ନିର୍ଯାତନା ଦେଇ ବିବାଦୀୟ ହୋଇ ପଡ଼ିଥିଲେ ବିବେକାନନ୍ଦ ଶର୍ମା। ତେଣୁ ଏସପିଙ୍କ ବିରୋଧରେ ଆନ୍ଦୋଳନ ଧମକ ଦେଇଥିଲା କଂଗ୍ରେସ।  ଏପରିକି ଘଟଣା ବଢୁଥିବା ଦେଖି ସଂପୃକ୍ତ କେବୁଲ କର୍ମଚାରୀଙ୍କୁ ମଧ୍ୟ ପ୍ରଲୋଭିତ କରିବା ଲାଗି ଚେଷ୍ଟା କରାଯାଇଥିଲା।  ଏନେଇ ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଡିଜି।  ଏବେ ଏସପିଙ୍କୁ ତୁରନ୍ତ ବଦଳି କରାଯାଇ ଥିବା ଗୃହ ବିଭାଗ ସୂଚନା ଦେଇଛି।  ଏବେ ସେ ପୋଲିସ ହେଡ କ୍ବାର୍ଟର୍ସରେ ରିପୋର୍ଟ କରିବେ।  ଏଥିସହିତ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ପାଇଁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.