ନବରଙ୍ଗପୁର ଏସ୍‌ପିଙ୍କ ନିଆରା ପୂଜା, ଦୁର୍ଗାପୂଜା ଅବସରରେ କଲେ କନ୍ୟା ପୂଜା

Published By : Prameya-News7 Bureau | October 08, 2019 IST

ନବରଙ୍ଗପୁର ୮।୧୦: ନାରୀ ଶକ୍ତି ହିଁ ସର୍ବଶ୍ରେଷ୍ଠ ଶକ୍ତି ଓ ସର୍ବ ଶକ୍ତିର ଆଧାର । ଦୁର୍ଗାପୂଜାରେ ନବରଙ୍ଗପୁର ଏସପି ନୀତିନ କୁସଲକର କନ୍ୟା ପୂଜନ କରି ଏହି ବାର୍ତ୍ତା ଦେଇଛନ୍ତି ।

{"id":167542}

ଦୁର୍ଗାପୂଜାର ଆସର ଜମିଛି । ଏହି ଅବସରରେ ନବରଙ୍ଗପୁର ଏସପି ନିଆରା ଢଙ୍ଗରେ ଦୁର୍ଗାପୂଜା ପାଳନ କରିଛନ୍ତି । ନବରଙ୍ଗପୁର ପୋଲିସବାହିନୀ ତରଫରୁ ସ୍ଥାନୀୟ ପୋଲିସ ପଡିଆରେ ଦୁର୍ଗାପୂଜା ଚାଲିଥିବା ବେଳେ ସେଠାରେ ଏସପି ନୀତିନ କୁସଲକର ଓ ତାଙ୍କ ପତ୍ନୀ ପୂଜାରେ ସାମିଲ ହୋଇ ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି ।

{"id":167543}

ଏହି ଅବସରରେ ନଅ ଜଣ କୁମାରୀ କନ୍ୟାଙ୍କୁ ପୂଜା କରାଯାଇଛି । ଏହାସହ ଗରିବ ଲୋକଙ୍କୁ ବସ୍ତ୍ର ଦାନ କରିଛନ୍ତି ଏସପି । ପୂଜା ଅବସରରେ ଏସପି ନାରୀଙ୍କୁ ସମ୍ମାନ ଜଣାଇ କନ୍ୟା ପୂଜା କରିଥିବା ବେଳେ ତାଙ୍କର ଏହି କାର୍ଯ୍ୟକୁ  ପ୍ରଶଂସା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.