Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

୨୨ ଯାଏଁ ନବରଙ୍ଗପୁର ସଟ୍‌ଡାଉନ୍‌

20/07/2020 at 2:22 PM

ନବରଙ୍ଗପୁର ୨୦।୦୭: ସାରାରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ହେଲେ, କମିବାକୁ ନାଁ ଧରୁନି । ପ୍ରତିଦିନ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାର ଦେଖି ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପ୍ରରିପେକ୍ଷୀରେ ଆସନ୍ତା ଦୁଇ ଦିନ ପାଇଁ ନବରଙ୍ଗପୁରକୁ ସଟ୍‌ଡାଉନ୍‌ ଘୋଷାଣା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାର ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ମଙ୍ଗଳବାର ଓ ବୁଧବାର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ଡଃ, ଅଜିତ କୁମାର ମିଶ୍ର। ତେବେ ଏହି ସଟ୍‌ଡାଉନ୍‌ ସମୟରେ ଅତ୍ୟବାଶକୀୟ ସାମଗ୍ରୀ ଦୋକାନ ଖୋଲରହିବ । କଟକଣା ମଧ୍ୟରେ ସମସ୍ତ ଅତ୍ୟାବଶକୀୟ ଦୋକାନ ଖୋଲାରହିବ ବୋଲି ଘୋଷଣ କରାଯାଇଛି । ଆସନ୍ତାକାଲି ସକାଳ ସମୟରୁ ୨୨ତାରିଖ ଯାଏଁ ଏହି କଟକଣା ଜାରି ରହିବ । ସମସ୍ତଙ୍କୁ ସଟ୍‌ଡାଉନ୍‌ କଟକଣା ମାନିବାକୁ କୁହାଯାଇଛି । ଯଦି କେହି ନିୟମ ଭାଙ୍ଗନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।  

   Related Posts