ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି

Published By : Prameya-News7 Bureau | March 14, 2019 IST

ଭୁବନେଶ୍ବର ୧୪|୩ : ବିଜେଡିରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ଦଳ ଛାଡିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି ବଳଭଦ୍ର ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କୁ ଭେଟ କରିବାକୁ ସୁଯୋଗ ଦିଆଗଲାନାହିଁ  ବୋଲି କହିଛନ୍ତି ବଳଭଦ୍ର । ନିର୍ବାଚନ ପୂର୍ବରୁ ବଳଭଦ୍ରଙ୍କ ଇସ୍ତଫା ବଳଭଦ୍ରଙ୍କୁ ବଡ ଝଟକା ଦେଇଛି ।

ଆପାତତଃ ସେ ବିଜେପିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ବଳଭଦ୍ରଙ୍କ ପାଇଁ ବିଜେପି ଦ୍ବାର ଖୋଲିଲା, ଭଳଭଦ୍ର ଆଗ୍ରହ ଦେଖାଇଲେ ବିଜେପି ବିଚାର କରିବ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବଳଭଦ୍ର କେଉଁ ଦଳକୁ ଯିବେ ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ ।

୨୦୧୪ରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ବଳଭଦ୍ର ମାଝି ବିଜେଡିରୁ ପ୍ରାର୍ଥୀ ହୋଇଥିଲେ । ସେ ନବରଙ୍ଗପୁରର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ବିଜେଡି ପ୍ରାର୍ଥୀ ଭାବେ ବଳଭଦ୍ର ୩ଲକ୍ଷ ୭୩ହଜାର ୮୮୭ଖଣ୍ଡ ଭୋଟ୍ ପାଇଥିଲେ । ତାଙ୍କୁ ୩୬.୬ପ୍ରତିଶତ ଭୋଟ୍ ମିଳିଥିବାବେଳେ ବେଳେ ତାଙ୍କ ନିକଟ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ପ୍ରଦୀପ ମାଝି ୩୬.୪ପ୍ରତିଶତ ଭୋଟ୍ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝିଙ୍କୁ କଡା ଟକ୍କର ଦେଇ ୨୦୪୨ଖଣ୍ଡ ଭୋଟ୍ ରେ ହରାଇଥିଲେ ବଳଭଦ୍ର ମାଝି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.