Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କେନ୍ଦ୍ରୀୟ ଯୋଜନା ଯୋଗୁଁ ନବରଙ୍ଗପୁରରେ ଉନ୍ନତି ହୋଇଛି : ବଳଭଦ୍ର ମାଝି

17/03/2019 at 12:20 PM

ବିଜେପିରେ ଯୋଗ ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ।  ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଆଦିବାସୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ନବରଙ୍ଗପୁରରେ ବିଗତ ୫ ବର୍ଷରେ ଯାହା ଉନ୍ନତି ହୋଇଛି ସବୁ କେନ୍ଦ୍ରୀୟ ଯୋଜନା ଯୋଗୁଁ ହୋଇଛି । ନବରଙ୍ଗପୁରରେ ଆଦିବାସୀଙ୍କ ବିକାଶ କରିବାରେ ରାଜ୍ୟ ସରକାରଙ୍କ ଯୋଜନା ବିଫଳ ହୋଇଛି ବୋଲି ବଳଭଦ୍ର କହିଛନ୍ତି ।  ଦେଢ ବର୍ଷ ହେଲା ବିଜେଡିରେ ତାଙ୍କୁ ଅଣଦେଖା କରାଯାଇଆସୁଥିଲା ।  ବିଜେଡିର ନୂଆ ପର୍ଯ୍ୟବେକ୍ଷକ ଆସିବା ଦିନଠୁ ତାଙ୍କୁ ସବୁ କାର୍ଯ୍ୟାକ୍ରମରୁ ବଞ୍ଚିତ କରାଯାଇଥିଲା । ଏମିତିକି ସରକାରୀ କାର୍ଯ୍ୟକ୍ରମକୁ ଡକାଯାଉନଥିବା ବଳଭଦ୍ର ଅଭିଯୋଗ କରିଛନ୍ତି । ସାଂସଦ ପାଣ୍ଠିର ସମ୍ପୂର୍ଣ୍ଣ ଅର୍ଥରାଶିକୁ ବିନିଯୋଗ ପାଇଁ ଦେଇଥିଲେ ମଧ୍ୟ କାମ କରାଯାଉନଥିଲା କିମ୍ବା ବିନିଯୋଗ ପତ୍ର ଦିଆଯାଉନଥିଲା । କିଛି ନେତା ଓ ଅଫିସର ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖିଛନ୍ତି । ସେପଟେ ବଳଭଦ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ରମେଶ ମାଝି । ବଳଭଦ୍ର ୫ ବର୍ଷ ସାଂସଦ ଥିଲେ । ୫ ବର୍ଷ ଭିତରେ ତାଙ୍କୁ ଜନ ସମର୍ଥନ ମିଳିଲାନି । ଏଥିରେ ଦଳର କଣ ଭୁଲ ? ଦିନେ ବିଜେପିକୁ ଭାରତୀୟ ଜୁମୁଲା ଦଳ କହୁଥିବା ବଳଭଦ୍ର ଏବେ କେମିତି ସେ ଦଳରେ ମିଶା ଗୁଣଗାନ କରୁଛନ୍ତି ବୋଲି ବଳଭଦ୍ର ପ୍ରଶ୍ନ କରିଛନ୍ତି ।

ଗତ ୧୪ ତାରିଖରେ ବିଜେଡିରୁ ଇସ୍ତଫା ଦେବା ପରେ ଗତକାଲି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଥିଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ।

   Related Posts