ମକା ବିଲରେ ଚାଷୀଙ୍କ ସହ କାମ କଲେ ବିଧାୟକ

Published By : Prameya-News7 Bureau | August 11, 2019 IST

ଉମରକୋଟ ୧୧|୮: ନବରଙ୍ଗପୁର ଜିଲ୍ଲାର ମକା ଚାଷୀ ମକା ଗଛରେ ଲାଗିଥିବା ରୋଗ ପୋକରେ ହନ୍ତସନ୍ତ ହେଉଛନ୍ତି । ଚାଷୀଙ୍କର ଏହି ଦୁର୍ଦ୍ଦିନ ସମୟରେ ଉଦାହରଣ ସାଜିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଖୁବ୍ ଶୀଘ୍ର ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ବିଧାୟକ ଏବଂ ମକା ଚାଷୀ ।

{"id":143309}

ଗୋଟିଏ ପଟେ ଲଗାଣ ବର୍ଷାରେ ଚାଷୀ ବେହାଲ ହୋଇଥିବା ବେଳେ ଅନ୍ୟପଟେ ରୋଗ ପୋକରେ ହନ୍ତସନ୍ତ ହେଉଛନ୍ତି ମକା ଚାଷୀ । ଏପରି ଅବସ୍ଥା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି, ଡାବୁଗାଁ ତଥା ସମ୍ପୂର୍ଣ୍ଣ ନବରଙ୍ଗପୁର ଜିଲ୍ଲାରେ । ଏହି ଦୁର୍ଦ୍ଦିନ ସମୟରେ ଚାଷୀଙ୍କ ପାଖରେ ଠିଆ ହୋଇଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । କେବଳ ଯେ ଠିଆ ହୋଇଛନ୍ତି ତାହା ନୁହେଁ, ଅନ୍ୟମାନଙ୍କ ପାଇଁ ଉଦାହରଣ ମଧ୍ୟ ସୃଷ୍ଟି କରିଛନ୍ତି ।  ଚାଷୀ ସହିତ ଆଲୋଚନା କରିବା ସହିତ ଚାଷୀଙ୍କ କାନ୍ଧରୁ ସ୍ପ୍ରେ ମେସିନ ନେଇ ନିଜେ ମଧ୍ୟ ଦୀର୍ଘ ସମୟ ଧରି ମକା ଗଛରେ ସ୍ପ୍ରେ କରିଛନ୍ତି କୀଟନାଶକ ।

{"id":143310}

ଏହାସହ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ଏବଂ ଏହି ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ନ ହେଲେ ଜିଲ୍ଲାର ସମସ୍ତ ମକା ଚାଷୀ ସର୍ବଶ୍ବାନ୍ତ ହୋଇ ଯିବେ ବୋଲି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମତ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.