ମକା ଚାଷ ପାଇଁ ଏସିଆ ମହାଦେଶରେ ସୁନାମ ଅର୍ଜନ କରିଥିଲା ନବରଙ୍ଗପୁର, ହେଲେ ସରକାରୀ ଉଦାସୀନତା ଯୋଗୁଁ ମକା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

Published By : Prameya-News7 Bureau | July 02, 2019 IST

ନବରଙ୍ଗପୁର ୨|୭: ଦିନେ ଏସିଆ ମହାଦେଶରେ ମକା ଚାଷ ପାଇଁ ସୁନାମ ଅର୍ଜନ କରିଥିଲା ନବରଙ୍ଗପୁର । ହେଲେ ଏବେ କିନ୍ତୁ ମକା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।  ଏଥିପାଇଁ ସରକାରୀ ଉଦାସୀନତାକୁ ଚାଷୀ ଦାୟୀ କରିଛନ୍ତି ।

{"id":129790}

ମକା ଚାଷ ପାଇଁ ଦିନେ ପ୍ରସିଦ୍ଧି ଲାଭ କରିଥିଲା ନବରଙ୍ଗପୁର । ହେଲେ ଏବେ କିନ୍ତୁ ଆଉ ଏହି ଚାଷ ପାଇଁ ମଙ୍ଗୁ ନାହାନ୍ତି ଚାଷୀ ।ମକା ଚାଷୀଙ୍କୁ ଅଭାବି ବିକ୍ରିର ଶିକାର ହେବାକୁ ପଡୁଛି  । ଦଲାଲ ଓ ସାହୁକାର ମାନେ ଚାଷୀଙ୍କୁ ଠକୁଛନ୍ତି । ସରକାରଙ୍କ ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ମକା ପ୍ରୋସେସିଂ ୟୁନିଟ ଜିଲ୍ଲାରେ ଖୋଲାଯାଇପାରିଲା ନାହିଁ କି ମଣ୍ଡି ମାଧ୍ୟମରେ ଚାଷୀ ମାନଙ୍କର ଉତ୍ପାଦିତ ମକାକୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ନେବାର ବ୍ୟବସ୍ଥା କରାଗଲା ନାହିଁ ସରକାରଙ୍କ ନିକଟରେ ଚାଷୀ ମାନେ ବାରମ୍ବାର ଦାବି ଜଣେଇ ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଦ୍ରୁଷ୍ଟି ଦେଉନାହାନ୍ତି । ଯାହାଫଳରେ ଚାଷୀମାନେ ବାଧ୍ୟ ହୋଇ ମକା ଚାଷରୁ ମୁହଁ ଫେରାଇ ନିଳଗିରି ଚାଷ ପ୍ରତି ମନ ବଳାଉଥିବା କହିଛନ୍ତି ।

{"id":129791}

୨୦୧୭ /୧୮ ମସିହାରେ ନବରଙ୍ଗପୁର ଜିଲ୍ଲାରେ ୫୯ ହଜାର ହେକ୍ଟୋର ଜମିରେ ମକଚାଷ କରଯାଇଥିଲା । ଏହା ପୂର୍ବ ବର୍ଷ ୨୦୧୬/୧୭ ରେ ୬୧ ହଜାର ହେକ୍ଟର ଜମିରେ ମକଚାଷ ହୋଇଥିଲା ଜିଲ୍ଲା  କୃଷି ବିଭାଗ ଚଳିତ ବର୍ଷ ୬୦ ହଜାର ୪ ସହ ୧୮ ହେକ୍ଟର ଜାଗାରେ ମକା ଚାଷ କରିବାର ଲକ୍ଷ୍ୟ ରଖିଥିବା କହିଛି। ହେଲେ ଚାଷୀଙ୍କ ମୁଡ୍ ଦେଖିଲେ ଚଳିତ ବର୍ଷ ଏହା ଆହୁରି ହ୍ରାସ ପାଇବା ଭଳି ଲାଗୁଛି ।

{"id":129792}

ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାରେ ମକା ଚାଷ  ଏକ ମାତ୍ର ଆର୍ଥିକ ମାନଦଣ୍ଡ । ଏହି ଚାଷ ଯଦି ପ୍ରଭାବିତ ହୁଏ ତାହେଲେ ସମଗ୍ର ଜିଲ୍ଲାର ଚାଷୀ ପ୍ରଭାବିତ ହେବାସହ ବେକାରୀ ସମସ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେଣୁ ସରକାରୀ ମକା ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟି ଦେବାକୁ ଦାବି ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.