Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବିଦେଶିନୀଙ୍କ ସହ ନବରଙ୍ଗପୁର ସାଂସଦ ପ୍ରାର୍ଥୀଙ୍କ ଅନ୍ତରଙ୍ଗ ଭିଡିଓ ପ୍ରସଙ୍ଗ : ରାଜରାସ୍ତାକୁ ଓହ୍ଲାଇବ ମହିଳା ବିଜେଡି

6/04/2019 at 8:15 AM

ନବରଙ୍ଗପୁର ୬|୪ : ପିସିସି କାର୍ଯ୍ୟକାରୀ ସଭାପତି ତଥା ବର୍ତ୍ତମାନର କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ନବରଙ୍ଗପୁର ଜିଲ୍ଲା ବିଜେଡି । ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ଅର୍ଜୁନ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ସୋସିଆଲ ମିଡିଆରେ  ପ୍ରଦୀପଙ୍କ ଏକ ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଭିଡ଼ିଓ ଭାଇରାଲକୁ ନେଇ ପ୍ରଦୀପଙ୍କ ବିରୋଧରେ ବର୍ଷିଛନ୍ତି ଓ ପ୍ରଦୀପଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିଛନ୍ତି । ଏଥି ପୂର୍ବରୁ ପ୍ରଦୀପଙ୍କ ବିରୋଧରେ ଯୁବତୀଙ୍କ ସହ ଜଳକ୍ରୀଡା ଅବସ୍ଥାରେ ଥିବା ଖବର ପ୍ରକାଶିତ ହୋଇଥିବା ବେଳେ ବର୍ତ୍ତମାନ ଏହି ଭିଡ଼ିଓ ଭାଇରାଲ ହେବା ଘଟଣା ସେହି ଖବରକୁ ସତ୍ୟ ପ୍ରମାଣିତ କରିଛି ।

ପ୍ରଦୀପ ଜଣେ ଘୃଣ୍ୟ ବ୍ୟକ୍ତି ଏବଂ ସେହି ଘୃଣ୍ୟ ବ୍ୟକ୍ତି କିପରି କୁନ୍ଦୁଲି ପିଡିତାଙ୍କ ପାଇଁ ନ୍ୟାୟ ଭିକ୍ଷା କରୁଥିଲେ ବୋଲି ପ୍ରଶ୍ନ କରିଛି ଜିଲ୍ଲା ବିଜେଡି । ମା ଭଉଣୀଙ୍କ ପ୍ରତି ଯାହାର ସମ୍ମାନ ନାହିଁ ସେଭଳି ବ୍ୟକ୍ତି କିପରି ଗଣତନ୍ତ୍ରର ପବିତ୍ର ଗୃହକୁ ପ୍ରବେଶ କରିବେ ବୋଲି ପ୍ରଶ୍ନ କରିଛନ୍ତି । ଏଭଳି ବ୍ୟକ୍ତିଙ୍କୁ ସଂସଦର ପବିତ୍ର ଗୃହକୁ ଯିବାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ପିସିସି ସଭାପତିକୁ ଅନୁରୋଧ କରିଛନ୍ତି । ପିସିସି ସଭାପତି ଯଥାଶୀଘ୍ର ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ପ୍ରତି ସମର୍ଥନ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଛନ୍ତି । ଯଦି ପିସିସି ତରଫରୁ କୌଣସି ପଦକ୍ଷେପ ନିଆ ନଯାଏ ତେବେ ବିଜେଡି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି ଜିଲ୍ଲା ବିଜେଡି ସଭାପତି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଏ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ସେ ଭିଡିଓ ଦେଖିନାହାନ୍ତି । ଭିଡିଓ ଦେଖିବା ପରେ ତାହା ଯାଞ୍ଚ କରାଯିବ ଯଦି ତାହା ସତ ପ୍ରମାଣିତ ହେଲା ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

   Related Posts