Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଜିଲ୍ଲାପାଳଙ୍କ ମାନବିକତା : ଦୁର୍ଘଟଣାରେ ଗୁରୁତର ଯୁବକଙ୍କୁ ଠିକ୍ ସମୟରେ ମେଡିକାଲ ନେଇ ବଞ୍ଚାଇଲେ ଜୀବନ

6/08/2019 at 12:48 PM

ନବରଙ୍ଗପୁର ୬|୮: ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ ମିଶ୍ର ନିଜ ମହାନତା ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି । ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ଯୁବଚାଷୀଙ୍କୁ ଠିକ୍ ସମୟରେ ଡାକ୍ତରଖାନା ପହଞ୍ଚାଇ ତାଙ୍କ ଜୀବନ ବଞ୍ଚାଇଛନ୍ତି ଜିଲ୍ଲାପାଳ । ଜିଲ୍ଲାବାସୀ ଜିଲ୍ଲାପାଳଙ୍କ ଉକ୍ତ କାର୍ଯ୍ୟକୁ ନେଇ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ମାସର ପ୍ରଥମ ସୋମବାର ହୋଇଥିବାରୁ ଜିଲ୍ଲା କାର୍ଯ୍ୟାଳୟଠାରେ ଅଭିଯୋଗ ଶୁଣାଣି କରିଥିଲେ ଜିଲ୍ଲାପାଳ । ଅଭିଯୋଗ ଶୁଣାଣି ପରେ ଅପରାହ୍ନ ସମୟରେ ସଦର ବ୍ଲକ ଅନ୍ତର୍ଗତ ସାନମସିଗାଁ ପଞ୍ଚାୟତକୁ ଜନଶୁଣାଣି ପାଇଁ ଯାଉଥିଲେ । ଏହି ସମୟରେ କୋଡ଼ିଗାଁ ଓ ସାନ ମସିଗାଁ ଛକ ନିକଟରେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା । ସେ ତୁରନ୍ତ ଗାଡି ଅଟକାଇ ଘଟଣାସ୍ଥଳକୁ ଯାଇ ଯୁବକଙ୍କର ଦୁର୍ଘଟଣା ହୋଇଯାଇଥିବା ଓ ତାଙ୍କ ପାଟିରୁ ରକ୍ତ ଶ୍ରାବ ହେଉଥିବା ଦେଖିଥିଲେ । ଗଭୀର କ୍ଷତ ଯୋଗୁଁ  ସେ ଦୁର୍ଘଟଣା ସମ୍ପର୍କରେ କିଛି କହିପାରିନଥିଲେ । ଜିଲ୍ଲାପାଳ ନିକଟରେ ଥିବା ସାନମସିଗାଁ ମେଡିକାଲରୁ ଷ୍ଟ୍ରେଚର ମଗାଇ ସାନମସିଗାଁ ମେଡିକାଲରେ ତାଙ୍କୁ ଭର୍ତି କରାଇଥିଲେ । 

ସାନମସିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣଙ୍କ କଥା ହୋଇପାରିଥିଲେ । ସେତେବେଳେ ଜିଲ୍ଲାପାଳ ଜାଣିବାକୁ ପାଇଥିଲେ ଯେ ଆହତ ଯୁବକ ଜଣକ ଦେବରାଗୁଡାର ଦେବରାଜ ମାଝୀ । ପେଶାରେ ସେ ଜଣେ ଚାଷୀ । ସେ ପରିବା, ଧାନ ଓ ଆଖୁ ଚାଷ କରନ୍ତି । ସେଥିରୁ ହିଁ ସେ ଓ ତାଙ୍କ ପରିବାର ଗୁଜୁରାଣ ମେଣ୍ଟାନ୍ତି । ସେ ନବରଙ୍ଗପୁର ସାପ୍ତାହିକ ହାଟରୁ ପରିବା ବିକ୍ରି କରି ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା ସମ୍ପର୍କରେ କିଛି କହିପାରିନଥିଲେ ଆହତ ଯୁବ ଚାଷୀ ।  ଦୁର୍ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଆଶା କର୍ମୀଙ୍କ  ଦ୍ଵାରା  ଖବର ଦିଆଯାଇଥିଲା । ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ତାଙ୍କ ଚିକିତ୍ସା କରାଇଥିଲେ ।

ଜନଶୁଣାଣି ପରେ ପୁନର୍ବାର ମେଡିକାଲକୁ ଆସି ତାଙ୍କ ଅବସ୍ଥା ପଚାରି ବୁଝିଥିଲେ ।  ଯଦି ଆବଶ୍ୟକ ପଡେ ତେବେ ବଡ଼ ମେଡିକାଲକୁ ନେବାର ବ୍ୟବସ୍ଥା କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ସଠିକ୍ ସମୟରେ ଆହତଙ୍କୁ ମେଡିକାଲ ନେବା ଦ୍ବାରା ତାଙ୍କ ଜୀବନ ବଞ୍ଚିଯାଇଛି ।  ଜିଲ୍ଲାପାଳଙ୍କ ଏହି ବଦାନ୍ୟତାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲାବାସୀ ଜିଲ୍ଲାପାଳଙ୍କ ଉକ୍ତ କାର୍ଯ୍ୟକୁ ନେଇ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

   Related Posts