Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

୨ଦିନ ହେଲା ୨ନାବାଳିକା ନିଖୋଜ, ବଳି ପାଇଁ ଅପହରଣ ସନ୍ଦେହ

6/02/2020 at 4:00 PM

ନବରଙ୍ଗପୁର ୦୬।୦୨: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗୋନା ଏବଂ ପଖନାପାରା ଗାଁର ଦୁଇଜଣ ନାବାଳିକା ନିଖୋଜ । ଦୁଇ ଜଣ ନାବାଳିକା ଗତ ୪ ତାରିଖ ଦିନ ପ୍ରାୟ ୨ଟା ସମୟରୁ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ନିଖୋଜ ନାବାଳିକା ଦୁହେଁ ଗୋନା ଗାଁର ପ୍ରକାଶ ପାଣ୍ଡେଙ୍କ ଝିଅ ଲକ୍ଷ୍ମୀ ପାଣ୍ଡେ (୯) ଓ କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ପଖନାପାରା ଗାଁର ସିଜନ ତିୱାରୀଙ୍କ ଝିଅ ପଞ୍ଚବତୀ ତିୱାରୀ (୮) ବୋଲି ଜଣାପଡିଛି | ଦୁଇ ନାବାଳିକାଙ୍କୁ ଆଗାମୀ ଦିନରେ ହେବାକୁ ଥିବା କସକଂଗାଁରେ ହେବାକୁ ଥିବା ମଣ୍ଡେଇ ପୂଜାରେ ବଳି ଦେବା ପାଇଁ ଅପହରଣ କରାଯାଇଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଲକ୍ଷ୍ମୀ ପାଣ୍ଡେ ପଖନାପାରା ସ୍ଥିତ ନିଜ ମାମୁ ଘରକୁ ବୁଲିବାକୁ ଯାଇଥିଲା l ଏହି ଅବସରରେ ନିଜ ମାମୁ ଘର ପଡୋଶୀରେ ଥିବା ପଞ୍ଚବତୀ ତିୱାରୀ ସହିତ ବନ୍ଧୁତା ରହିଥିବାରୁ ଦୁହେଁ ମିଶି ବୁଧବାର ଦିନ ପ୍ରାୟ ୨ ଟା ସମୟରେ ଘରୁ ବାହାରି ଯାଇଥିଲେ l ଦିନତମାମ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ | ଉଭୟ ଗୋନା ଗାଁକୁ ଯାଇଥାଇପାରନ୍ତି ବୋଲି ସନ୍ଦେହ କରି ସିଜନ ତିୱାରୀ ପ୍ରକାଶ ପାଣ୍ଡେଙ୍କୁ ଫୋନ ଯୋଗେ ବୁଝିଥିଲେ l କିନ୍ତୁ ସେଠାରେ ଦୁହେଁ ନଥିବା ଜାଣି, ଶେଷରେ ପରିବାର ପକ୍ଷରୁ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପୁଲିସ ନିଖୋଜ ମାମଲା ଋଜୁ କରି ଗୋନା ଏବଂ ପଖନାପାରା ଗାଁକୁ ଯାଇ ତଦନ୍ତ ଜାରି ରଖିଛି l ଅପରପକ୍ଷରେ ନିଖୋଜ ହେବାର ୨୪  ଘଣ୍ଟାରୁ ଅଧିକ ସମୟ  ବିତି ଯାଇଥିଲେ ସୁଦ୍ଧା ଦୁଇଜଣ ନାବାଳିକାଙ୍କ କୌଣସି ଖବର ମିଳିପାରି ନାହିଁ l ମଣ୍ଡେଇ ପୂଜାରେ ଭଲ ଫସଲ ଉତ୍ପାଦନ ପାଇଁ ଶିଶୁ ବଳି ପ୍ରଥା ରାଇଘର ଅଂଚଳରେ ଚାଲିଆସିଛି । ତେଣୁ ଏଥିପାଇଁ ଦୁଇ ନାବାଳିକାଙ୍କୁ ଅପହରଣ କରି ଅଜ୍ଞାତ ସ୍ଥାନରେ ଲୁଚାଇ ରଖାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ଦୁଇ ଝିଙ୍କ ପରିବାର ଲୋକ ଦୁଃଖ ଓ ଚିନ୍ତାରେ ଭାଙ୍ଗି ପଡ଼ିଥିବା ସହିତ ସେମାନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି।

   Related Posts