ଚିକିତ୍ସାଧୀନ ଅବସ୍ଥାରେ ବିଚରାଧୀନ କଏଦୀ ମୃତ !

Published By : Prameya-News7 Bureau | February 09, 2020 IST

ନବରଙ୍ଗପୁର ୦୯।୦୨: ବିଚରାଧୀନ କଏଦୀର ମୃତ୍ୟୁ । ନବରଙ୍ଗପୁର ଉପ କାରାଗାରର ଜଣେ ବିଚରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀ  ଜଣଙ୍କ କୋରାପୁଟ ଜିଲ୍ଲା ପାଡୁଆ  ଥାନା ସଭାପୁଟ ଗାଁର ପୁରସତୀ ଖଡା ବୋଲି ଜଣାପଡିଛି ।

{"id":222389,"sizeSlug":"large"}

ସୂଚନାଯୋଗ୍ୟ ଯେ, ସଭାପୁଟ ଗାଁର ପୁରସତୀ ଖଡ ଗତ ୨୦୧୯ ମସିହା ସେପ୍ଟେମ୍ବର ୨୩ତାରିଖ ଦିନ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇଥିଲେ । ଗିରଫ ପରେ ନବରଙ୍ଗପୁର କାରାଗାରରେ ବିଚରାଧୀନ କଏଦୀ ଭାବେ ରହିଆସୁଥିଲେ । ତେବେ ଗତ ୪ତାରିଖରେ ଯକୃତ ଜନିତ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା । ତେବେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ନବରଙ୍ଗପୁର ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବେଚ୍ଛେଦ ପାଇ ପଠାଇଛି । ଶବ ବ୍ୟବେଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ରହିଛି । ତେବେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.