ଅବ୍ୟବସ୍ଥା ଘେରରେ ନବରଙ୍ଗପୁର ମହାବିଦ୍ୟାଳୟ

Published By : Prameya-News7 Bureau | November 22, 2019 IST

ନବରଙ୍ଗପୁର ୨୨।୧୧ - ଅବ୍ୟବସ୍ଥା ଘେରରେ ଅବିଭକ୍ତ କେ।ରାପୁଟ ଜିଲ୍ଲାର ସର୍ବ ପୁରାତନ ନବରଙ୍ଗପୁର ମହାବିଦ୍ୟାଳୟ । ଭିତ୍ତିଭୂମୀର ଅଭାବ ଯେ।ଗୁଁ ବହୁ ଅସୁବିଧାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏନେଇ ଅନେକ ଥର ସ୍ବର ଉତ୍ତେ।ଳନ କରିଥିଲେ ବି ସମସ୍ୟା କିନ୍ତୁ ସୁଧୁରୁନି ।

୧୯୭୧ରେ ପ୍ରତିଷ୍ଠା ହେ।ଇଥିଲା ନବରଙ୍ଗପୁର ମହାବିଦ୍ୟାଳୟ । ୨୦୨୧ରେ ସୁବର୍ଣ୍ଣ ଜୟନ୍ତୀ ପାଳିବାକୁ ଯାଉଛି ମହାବିଦ୍ୟାଳୟ । ହେଲେ ସର୍ବ ପୁରାତନ ଏହି କଲେଜ ବର୍ତ୍ତମାନ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି । ୪୭ ଏକର ଜମି ଉପରେ ତିଆରି ହୋଇଥିବା ଏହି କଲେଜ ପ୍ରାକୃତିକ ସୌନ୍ଦର୍ଯ୍ୟରେ  ଭରପୁର ରହିଛି । କଳା,ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୩୭୦୦ ଛାତ୍ର,ଛାତ୍ରୀ ଅଧୟନ କରୁଛନ୍ତି । କିନ୍ତୁ କଲେଜରେ ଆବଶ୍ୟକୀୟ ଅଧ୍ୟାପକ ନ ଥିବାରୁ ପାଠ ପଢାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ବଟାନିବିଭାଗରେ ଜଣେ, କେମେଷ୍ଟ୍ରିରେ ଦୁଇ ଜଣ,ପଲିଟିକାଲ ସାଇନ୍ସରେ ଦୁଇଟି ପଦବି ଖାଲି ପଡିଛି । ଏସବୁ ସମସ୍ୟା ନେଇ ଅନେକ ଥର ଆନ୍ଦେ।ଳନ, ନାରାବାଜି କରିଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ସମସ୍ୟା ସୁଧୁରି ପାରିନି ।

{"id":188278,"sizeSlug":"large"}

ବହୁ ପୁରାତନ ଏହି କଲେଜରେ ସୁରକ୍ଷା ପାଇଁ ପାଚେରୀଟିଏ ମଧ୍ୟ ନାହିଁ । ପାଚେରୀ ନ ଥିବାରୁ ଅଣଛାତ୍ରମାନ କଲେଜକୁ ଆସି ଅରାଜକତା ସୃଷ୍ଟି କରୁଛନ୍ତି । ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି କଲେଜ ପରିସର ।

{"id":188279,"sizeSlug":"large"}

ବିଦ୍ୟାଳୟର କେ।ଠା ଦୂର୍ବଳ ହେଉଥିବା ବେଳେ କବାଟ ଝରକାରେ ଉଇ ଲାଗି ଫମ୍ପା ପାଲଟିଗଲାଣି । ସେପଟେ ଉଚ୍ଚ ଶିକ୍ଷା ଯୁଗ୍ମ ସଚିବ ମହାବିଦ୍ୟାଳୟ ପରିଦର୍ଶନରେ ଆସି ସମସ୍ୟା ବିଷୟରେ ଶୁଣିଥିଲେ । କିନ୍ତୁ ଆଜି ଯାଏଁ କଲେଜର ଭିତ୍ତିଭୂମୀର ଉନ୍ନତି ନେଇ କୌଣସି ପଦକ୍ଷେପ ନିଆଯାଇନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.