Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

11/09/2021 at 12:00 PM

ସମ୍ବଲପୁର ୧୧।୯: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ୧୦ଟା ୧୫ମିନିଟରେ ନବାନ୍ନ ଭୋଗ ଲାଗି ହୋଇଛି । ଏହାପରେ ପାର୍ଶ୍ବ ଦେବାଦେବୀଙ୍କୁ ଭୋଗ ଲାଗି କରାଯାଇଛି ।

ନୂଆଁଖାଇ ପାଇଁ ଉତ୍ସବମୁଖର ସାରା ଓଡିସା । କୃଷି ଭିତ୍ତିକ ପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡିଶା । ଘରେ ଘରେ ପରିବାର ପରିଜନଙ୍କ ସହ ଏକାଠି ହୋଇଛନ୍ତି ସମସ୍ତେ । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥୀରେ ପାଳିତ ହୋଇଥାଏ ଏହି ନୂଆଁଖାଇ । ପୂର୍ବ ନିର୍ଦ୍ଧାରିତ ସମୟ ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ବରୀ, ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି ହୋଇଛି । ଘରେ ଘରେ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ମଧ୍ୟ ନବାନ୍ନ ଲାଗି କରାଯିବ।

ସେପଟେ ଚାଷୀ ନିଜ ଖେତକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଖେତରୁ ଆସି ଘରେ ପୂଜା କରିବା ପରେ ଘରର ବୈଜ୍ୟଷ୍ଠ ବ୍ୟକ୍ତିଙ୍କଠାରୁ ନେଇ ନୂଆ ଧାନରେ ପ୍ରସ୍ତୁତ ନବାନ୍ନ ଭୋଗକୁ ଖାଇଥାନ୍ତି ସମସ୍ତେ ।

   Related Posts