ଜୋରନ୍ଦା ମହିମାଗାଦୀରେ ନବାନ୍ନ ଉତ୍ସବ, ପ୍ରଭୁ ଶୂନ୍ୟଦେହୀ ଅଲେଖ ଗୋସାଇଁଙ୍କ ନିକଟରେ ଲାଗି ହେଲା ନବାନ୍ନ

Published By : Prameya-News7 Bureau | September 08, 2021 IST

ଢେଙ୍କାନାଳ ୮।୯: ବିଶ୍ବବିଦିତ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମାଗାଦୀରେ ନବାନ୍ନ ଉତ୍ସବ ପାଳିତ ହୋଇଯାଇଛି । ଭାଦ୍ରବ ଶୁକ୍ଳ ପକ୍ଷ ଦ୍ବିତୀୟା ଅବସରରେ ମହିମା ଧର୍ମର ପରମ୍ପରା ମୁତାବକ ପ୍ରଭୁ ଶୂନ୍ୟଦେହୀ ଅଲେଖ ଗୋସାଇଁଙ୍କ ନିକଟରେ ନୂଆ ଲାଗି କରାଯାଇଛି ।

{"id":508314,"width":753,"height":414,"sizeSlug":"full","linkDestination":"none"}

ମହିମା ସାଧୁମାନେ ବୁଧବାର ଭୋର ସମୟରେ ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ମୁତାବକ ନୂଆ ଚାଉଳର ଚୁଡା, ଘିଅ, ଗୋକୁଳ, କର୍ପୁର ମହୁ ଆଦି ମିଶାଇ ସ୍ବତନ୍ତ୍ର  ନବାନ୍ନ ପ୍ରସ୍ତୁତ କରିଥିଲେ । ପରେ ପ୍ରଭୁ ଅଲେଖ ମହିମାଙ୍କ ଶରଣ ଯାଇ ଶୂନ୍ୟଦେହୀଙ୍କୁ ଉଦ୍ଦେଶ୍ୟରେ ନବାନ୍ନ ଅର୍ପଣ କରିଥିଲେ ।

{"id":508315,"width":754,"height":415,"sizeSlug":"full","linkDestination":"none"}

ଏହାପରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ସହ ସହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଗହଣରେ ମହିମା ସାଧୁ ସନ୍ୟାସୀମାନେ ସମସ୍ତେ ନବାନ୍ନ ଭକ୍ଷଣ କରିଥିଲେ । ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏହି ମହିମାଗାଦୀକୁ ଶ୍ରଦ୍ଧାଳୁମାନେ ଆସି ଏହି ନବାନ୍ନ ଭକ୍ଷଣ କରିବାର ସୁଯୋଗ ପାଇଁ ଧନ୍ୟ ହୋଇଥିବା ପ୍ରକାଶ କରିଛନ୍ତି  । ପରମ୍ପରା ମୁତାବକ ପ୍ରଭୁ ଅଲେଖ ମହିମାଙ୍କ ପାଖରେ ନୂଆ ଲାଗି କରାଗଲା ପରେ ଅନ୍ୟମାନେ ଗ୍ରହଣ କରିବାର ପ୍ରଥା ମହିମା ଧର୍ମର ଅନ୍ୟ ଏକ ପର୍ବ ବୋଲି ପ୍ରକାଶ କରନ୍ତି ମହିମାଗାଦୀର ମୁଖ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.