Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ମା’ ମାଣିକେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ, ଗଡଜାତ ଜମିଦାରୀ ଅଞ୍ଚଳରେ ନୂଆଖାଇ ପାଳିତ

16/09/2021 at 1:19 PM

କଳାହାଣ୍ଡି ୧୬।୯: କଳାହାଣ୍ଡି ଜିଲ୍ଲାରେ ନୂଆଖାଇ ତିନୋଟି ପର୍ଯ୍ୟାୟରେ ପାଳନ ହୋଇଥାଏ । ସପ୍ତପୁରୀ ଅମାବାସ୍ୟାରେ ପ୍ରଥମ ପର୍ଯ୍ୟାୟରେ ବାହାଦୁରପଦର ଓ ପଥର୍ଲା, ପଞ୍ଚମୀ ତିଥିରେ ସମଗ୍ର ପଶ୍ଚିମ ଓଡିଶା ସହ ଗ୍ରାମାଞ୍ଚଳରେ ତଥା ଦଶମୀ ତିଥିରେ ମା’ ମାଣିକେଶ୍ବରୀ ପୀଠରେ ଲାଗି ହୁଏ ନବାନ୍ନ ।

ଆଜି ଦଶମୀ ତିଥିରେ କଳାହାଣ୍ଡି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ନୂଆଖାଇ ପାଳନ ହେଉଛି ।  ଜିଲ୍ଲାର ତତକାଳୀନ ଗଡଜାତର ଜମିଦାରୀ ଅଞ୍ଚଳ ଭବାନୀପାଟଣା, ମଦନପୁର-ରାମପୁର, ଥୁଆମୂଳ ରାମପୁର, ଲାଞ୍ଜିଗଡ, ଜୟପାଟଣା ପ୍ରମୁଖ ଅଞ୍ଚଳରେ ମା’ ମାଣିକେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ପରେ ପାଳନ କରାଯାଇଛି। ମା’ ମାଣିକେଶ୍ବରୀ ମନ୍ଦିରରେ ସକାଳ ୮ଟାରେ ନବାନ୍ନ ଲାଗି ପରେ ଭକ୍ତ ମନ୍ଦିରରୁ ଭୋଗ ନେଇ ଅପରାହ୍ନ ୧୦ଟା ୩୬ରୁ ୧୨.୪୪ ମଧ୍ୟରେ ଘରେ ଘରେ ନୂଆଖାଇ ସମ୍ପନ୍ନ ହେବ ।  

ନୂଆଖାଇରେ ବର୍ଷକୁ ଥରେ ପରିବାର ସଦସ୍ୟ ଏକତ୍ରିତ ହୋଇଥାନ୍ତି । ଗତବର୍ଷ କରୋନା ପାଇଁ ଅନେକ ଭିଟାମାଟିକୁ ଫେରି ନଥିବା ବେଳେ ଚଳିତ ବର୍ଷ ପରିବାର ଏକତ୍ରିତ ହେଉଥିବାରୁ ଖୁସି ଅଛନ୍ତି ।

   Related Posts