Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କୋଭିଡ୍‌ ଭିତରେ ଶେଷ ହେଲା ନବମୀ ପୂଜା, ଶହଶହ ଭକ୍ତ କଲେ ଦର୍ଶନ

14/10/2021 at 10:05 PM

କେନ୍ଦ୍ରାପଡ଼ା, , ୧୪/୧୦: ଆଜି ପବିତ୍ର ମହାନବମୀ। କେନ୍ଦ୍ରାପଡା ସହରର ବିଭିନ୍ନ ପୂଜା ମଣ୍ଡପରେ ଦେବୀଙ୍କ ମହାନବମୀ ପୂଜା ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି। କେନ୍ଦ୍ରାପଡା ସହର ମଧ୍ୟରେ ଥିବା ମହିପାଳ ଦୁର୍ଗା ପୂଜା ମଣ୍ଡପ, ମଢିଆଳ ପୂଜା କମିଟି, ଇଛାପୁର ଦୁର୍ଗା ମନ୍ଦିରରେ ନବମୀ ଅବସରରେ ହୋମଯଜ୍ଞ ଇତ୍ୟାଦି ଅନୁଷ୍ଠିତ ହୋଇଯାଇଛି। ତେବେ ନବମୀ ପୂଜା ଅବସରରେ ବିଭିନ୍ନ ପୂଜାମଣ୍ଡପରେ କୁମାରୀ ପୂଜା ମଧ୍ୟ କରାଯାଇଛି। ପୂଜାମଣ୍ଡପରେ କୁମାରୀମାନଙ୍କୁ ଏକତ୍ର ବସାଇ ଆରାଧନା କରାଯାଇଛି। ସେହିପରି ଦେବୀଙ୍କ ମଣ୍ଡପରେ ଅଳତା ଲାଗି ପରମ୍ପରା ମଧ୍ୟ ପାଳିତ ହୋଇଯାଇଛି।

ନବମୀ ଅବସରରେ ପୂର୍ଣ୍ଣ।ହୂତି, ପୁଷ୍ପାଞ୍ଜଳୀ, ପୂର୍ଣ୍ଣାଳତୀ କରାଯାଇଛି। ଅନ୍ୟପକ୍ଷରେ ଅଷ୍ଟମୀବ୍ରତ କରିଥିବା ଶ୍ରଦ୍ଧାଳୁମାନେ ଆଜି ଦେବୀଙ୍କ ଦର୍ଶନ କରି ନବମୀ କ୍ରୀୟାରେ ଅଂଶଗ୍ରହଣ କରିଛନ୍ତି। କୋଭିଡ କଟକଣା ଭିତରେ ଦେବୀଙ୍କ ନବମୀ ପୂଜା ଶେଷ ହୋଇଛି। 

   Related Posts