ଚାଓମିନ୍‌ ଖାଇବାକୁ ଡାକି ନେଇ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା : ଅଭିଯୁକ୍ତ ଜଣେ ନାବାଳକ

Published By : Prameya-News7 Bureau | February 18, 2020 IST

ନୂଆଦିଲ୍ଲୀ ୧୮।୦୨: ଦିନକୁ ଦିନ ବଢିଚାଲିଛି ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଦେଶରେ ଆଇନ ବ୍ୟବସ୍ଥା ଯେତେ କଡା ହେଲେ ମଧ୍ୟ, ଏସବୁ ଖାତିର କରୁନାହାନ୍ତି ଅପରାଧୀ । ନାବାଳିକାକୁ ଚାଓ୍ବମିନ ଦେବା ବାହାନାରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ । ଅଭିଯୁକ୍ତ ନାବାଳକ ପୋଲିସ ଦ୍ବାରା ଗିରଫ । ହରିୟାଣା ମାନେସର ଅଞ୍ଚଳରେ ଘଟିଛି ଏଭଳି ଅମାନବୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୩ ତାରିଖ ଦିନ ରାତି ପ୍ରାୟ ୮ରୁ ୯ଟା ମଧ୍ୟରେ ନାବାଳିକା ଘର ବାହାରେ ଖେଳୁଥିଲେ ।  ୮ବର୍ଷୀୟ ନାବାଳିକାକୁ ଚାଓମିନ୍‌ ଦେବା ବାହାନାରେ ଡାକି ଅପହରଣ କରିନେଇଥିଲା ଅଭିଯୁକ୍ତ । ନିକଟରେ ଥିବା ଏକ କୋଠାରୁ ପୀଡିତାଙ୍କ ମୃତଦେହ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୋଲିସ ଜବତ କରି ତଦନ୍ତ ଜାରି କରିଥିଲା । ସିସିଟିଭିରେ ସମୟରେ ଜଣେ ବ୍ୟକ୍ତି ନାବାଳିକାକୁ ନେଇ ଯାଉଥିବାର ନଜର ଆସିଥିଲା । କିନ୍ତୁ ସେ ବ୍ୟକ୍ତିଙ୍କ ପରିଚୟ ପାଇଁ ପୋଲିସକୁ ବହୁତ କଷ୍ଟ କରିବାକୁ ପଡିଥିଲା । ପୋଲିସ ସନ୍ଦେହରେ ଜଣେ ନାବାଳକକୁ ଅଟକ ରଖି ପଚରାଉଚରା କରିଥିଲା । ଏବଂ ପୋଲିସ ଜେରା ସମୟରେ ନିଜର ସମସ୍ତ ଦୋଷୀ ସ୍ବୀକାର କରିଥିଲା ଅଭିଯୁକ୍ତ ।

ପୋଲିସ ସୂଚନୁସାରେ , ନାବାଳିକାକୁ ଅଭିଯୁକ୍ତ ଅପହରଣ କରିବା ପରେ , ନିକଟରେ ଥିବା ଏକ କୋଠାକୁ ନେଇଯାଇଥିଲା । ନାବାଳିକା ସେଠାରେ ବାରମ୍ବାର ଚିତ୍କାର କରିଥିଲା । କିନ୍ତୁ ଅଭିଯୁକ୍ତ ନିକଟରେ ପଡିଥିବା ଏକ ପଥରକୁ ଆଣି ନାବାଳିକାର ମୁଣ୍ଡକୁ ଛେଚି ଦେଇଥିଲା । କିଛି ସମୟ ପରେ ନାବାଳିକା ବେହୋସ୍‌ ହୋଇଯାଇଥିଲା । ଏବଂ ଏହାପରେ ବେହୋସର ସୁଯୋଗ ନେଇ ନାବାଳିକା ସହିତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ନାବାଳକ ଏବଂ ତାର ବୟସର ଅନ୍ଦାଜ ଲଗାଇବା ସମ୍ଭବ ନୁହେଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ହତ୍ୟା ଅଭିଯୁକ୍ତକୁ ପୋଲିସ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରିଥିଲା । ତାପରେ ଅଭିଯୁକ୍ତକୁ ଫରୀଦାବାଦ ସ୍ଥିତ ବାଳ ସୁଧାର ଗୃହକୁ ପଠାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.