କେନ୍ଦ୍ରାପଡ଼ା ୨୮/ ୦୨ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଂଚଳରେ ଘଟିଛି ଏକ ଅମାନୁଷିକ ଘଟଣା । ଜଣେ ଯୁବକ ପଡୋଶୀ ପରିବାରର ଜଣେ ୫ ବର୍ଷିୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ , ନାବାଳିକା ଜଣକ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ଜଣକ ଏପରି କାଣ୍ଡ କରିଛି । ଏହି ଘଟଣା ପରେ ଫେରାର୍ ହୋଇଯାଉଥିବା ସଂପୃକ୍ତ ଯୁବକକୁ ଗାଁ ଲୋକେ ଧରି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । ହେଲେ ଯୁବକଙ୍କ ପରିବାର ଲୋକ ସେହି ଯୁବକକୁ ଜୋର ଜବରଦସ୍ତ ଗାଁ ଲୋକଙ୍କ କବଳରୁ ଛଡ଼ାଇନେଇଛନ୍ତି । ଥାନାରେ ଏ ନେଇ ଅଭିଯୋଗ ହୋଇଛି ।
ଖବର ପାଇ ପଟ୍ଟାମୁଣ୍ଡାଇ ଆଇଆଇସି ରାକେଶ କୁମାର ତ୍ରିପାଠୀ ଟିମ୍ ସହ ପହଁଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ପୁଲିସ୍ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଇ ପଚରାଉଟରା କରୁଛି। ଖବର ପାଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ମଧ୍ୟ ମେଡିକାଲରେ ପହଁଞ୍ଚି ତଦନ୍ତ କରିଛନ୍ତି ।