Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅପହରଣ: ଅଭିଯୁକ୍ତର ଦୋଷ-ଦୁର୍ବଳକୁ ଘଣ୍ଟ ଘୋଡାଉଥିଲା ପୋଲିସ

18/01/2021 at 3:55 PM

ମାଥିଲି୧୮/୧: ଜନୈକ ନାବାଳିକାଙ୍କୁ ଦୁଷ୍କର୍ମ ସହ ଅପହରଣ ଅଭିଯୋଗ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ସ୍ଥାନୀୟ  ଥାନା ଅଧିକାରୀଙ୍କ ସଂପର୍କୀୟ ଭଣଜା ଯୁବତୀଙ୍କୁ ଦୁଷ୍କର୍ମ କରିଛି। ତେଣୁ ଥାନା ଅଧିକାରୀ ଜାଣିଶୁଣି ଅଭିଯୁକ୍ତର ଦୋଷ ଘୋଡାଇବାକୁ ଚେଷ୍ଟା କରିବା ସହ ପ୍ରମାଣ ନଷ୍ଟ କରିଥିବା ପୂର୍ବତନ ପୋଲିସ ଅଧିକାରୀ ଶରତ ବୁରୁଦା ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୋଲିସ ଠିକ ଭାବେ ତଦନ୍ତ ନ କରି ତଦନ୍ତ ପ୍ରକ୍ରିୟାକୁ ବାଟମଣା କରିଥିବା ଅଭିଯୋଗ​‌ ହୋଇଛି। ଡାକ୍ତରୀ ମାଇନା ଓ ବିଚାରପତିଙ୍କ ନିକଟରେ ପୀଡିତାଙ୍କ ବୟାନ ରେକର୍ଡ ହୋଇନଥିଲା। ଗତ ଅଗଷ୍ଟ ମାସରେ ନାବାଳିକା ଜଣଙ୍କ ମାଥିଲି ଥାନାର ଦ୍ବାରସ୍ଥ ହୋଇଥିଲେ।

ହେଲେ ଘଟଣାକୁ ଛଅ ମାସ ବିତିଯାଇଥିବା ବେଳେ ଚଳିତ ମାସ ଜାନୁଆରୀ ୮ ତାରିଖରେ ପୀଡିତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଏଥିସହ ଅଭିଯୁକ୍ତକୁ ଗିରଫ କରିଛି ମାଥିଲି ପୋଲିସ। ତେବେ ପୋଲିସର ନିୟମ ଅନୁଯାୟୀ ଆଇଆଇସି କିମ୍ବା ମହିଳା ପୋଲିସ ତଦନ୍ତ କରାଯିବା ନିୟମ ରହିଥିଲେ ମଧ୍ୟ କିଭଳି ଜଣେ ଏଏସଆଇଙ୍କୁ ଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ବ ଦିଆଯାଇଥିଲା, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁରୁଦା। ତଦନ୍ତ ପ୍ରକ୍ରିୟାକୁ ବିଭ୍ରାଟ କରି ଜଣେ ନାବାଳିକାକୁ ନ୍ୟାୟ ଦେବା ପରିବର୍ତ୍ତେ ଘଟଣାକୁ ଚପାଇବାକୁ ଉଦ୍ୟମ କରିବାକୁ ନେଇ ଅଭିଯୋଗ ଆଣିଛନ୍ତି ବୁରୁଦା।ଆଗାମୀ ଦିନରେ ରାଜ୍ୟ ମାନବାଧିକାର କମିଶନ , ମହିଳା କମିଶନ ,ପୋଲିସ ଡିଜିଙ୍କ ନିକଟରେ ମାଥିଲି ଥାନାର ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଫେରାଦ ହେବୁ ବୋଲି ଗଣମାଧ୍ୟମକୁ କହିଛନ୍ତି ବୁରୁଦା । କିନ୍ତୁ ତଦନ୍ତ ପ୍ରକ୍ରିୟା ଠିକ ଭାବରେ କରିନଥିବାରୁ ସଂପୃକ୍ତ ଏଏସ୍ଆଇଙ୍କୁ ମାଲକାନଗିରି ପୋଲିସ ନିଲମ୍ବନ କରିଥିବା ସୂଚନା ମିଳିଛି ।

   Related Posts