ଓଏଏସ୍‌ ଅଧିକାରୀଙ୍କ ଘରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ବାବୁଙ୍କ ଘରେ କାମ କରିବାକୁ ଛାଡି ଦେଇ ଆସିଥିଲେ ପୀଡିତାଙ୍କ ବାପ-ମାଆ

Published By : Prameya-News7 Bureau | November 05, 2020 IST

ଭୁବନେଶ୍ବର୫/୧୧:  ଓଏଏସ୍‌ ଅଧିକାରୀଙ୍କ ଘରେ ନାବାଳିକଙ୍କୁ ଦୁଷ୍କର୍ମ ଅଭିଯୋଗ। ଏହା କୌଣସି ଗ୍ରାମଞ୍ଚଳରେ ନୁହେଁ, ଖୋଦ୍ ରାଜଧାନୀରେ ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି।  ଜଣେ ଆଦିବାସୀ ନାବାଳିକଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ବିଭିନ୍ନ ମହଲରେ ଗୁଞ୍ଜରଣ ସୃଷ୍ଟି ହେଉଛି।

wp:html /wp:html

 ମିଳିଥିବା ସୂଚନା ଅନୁସାରେ, ପୀଡିତାଙ୍କ ମାଆ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ପୀଡିତା, ଯେଉଁ ଓଏଏସ୍ ଅଧିକାରୀଙ୍କ ଘରେ ରହି କାମ କରୁଥିଲେ, ତାଙ୍କ ନାଁ ପ୍ରମୋଦ ପୃଷ୍ଟି। ଅଭିଯୋଗ ଅନୁସାରେ, ଦୀର୍ଘ ୨ ବର୍ଷ ହେବ ପୀଡିତାଙ୍କ ତାଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ।  ଓଏଏସ୍‌ ଅଧିକାରୀଙ୍କ ଶ୍ବଶୁର ଦୀର୍ଘଦିନ ଧରି ନାବାଳିକାଙ୍କୁ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ ହୋଇଛି।  ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ଭୁବନେଶ୍ବର ଆସି ତନାଘନା କରିଛି ବାଲିଚନ୍ଦ୍ରପୁର ପୋଲିସ।

ଏହି ଘଟଣା ପଛରେ କଣ ରହିଛି ରହସ୍ୟ, ତାହାକୁ ନେଇ ତନାଘନା ଜାରି ରହିଛି। ଭୁବନେଶ୍ବରସ୍ଥିତ ଶୈଳଶ୍ରୀ ବିହାରରେ ରହୁଥିବା​‌ ଓଏଏସ୍‌ ଅଧିକାରୀଙ୍କ ଘରେ ପୀଡିତା କାମ କରୁଥିଲେ। ପୀଡିତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନାହିଁ। ପୁଣି ଘରେ ରୋଗୀଣା ବାପା ବିଛଣାରେ ପଡି ରହିଛି।  ଖାଇବା ଏବଂ ରହିବା ସହ ପାରିଶ୍ରମିକ ବାବଦରେ ମାସିକ ୩ ହଜାର ଟଙ୍କା ତାଙ୍କୁ ଦେଉଥିଲେ।   

ମିଳିଥିବା ସୂଚନା ମୁତାବକ,  ଗଲା ୫-୬ମାସ ଧରି ପ୍ରମୋଦଙ୍କ ଶ୍ବଶୂର ସଂପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଆସୁଥିଲେ । ଏକଥା କାହା ଆଗରେ କହିଲେ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ । ଭୟରେ ନାବାଳିକା ଜଣକ କାହାକୁ କିଛି କହିନଥିବା ବେଳେ ଗଲା ଦୁର୍ଗାପୂଜା ସମୟରେ ଘରକୁ ଯାଇଥିଲେ । ଆଉ ଝିଅ ସହ ଏଭଳି ଘଟଣା ଘଟିଥିବା କଥା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହି ଘଟଣା ଜାଣିବା ପରେ ପୀଡିତା ଗର୍ଭବତୀ ଥିବା କଥା ଜାଣିବାକୁ ପାଇଥିଲେ ନାବାଳିକାଙ୍କ ମାଆ ।

 ଆଉ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଏନେଇ ଲିଖିତ ଅଭିଯୋଗ ପରେ ସାମ୍ନାକୁ ଆସିଛି ଏହି ଘୃଣ୍ୟ ଘଟଣା । ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ପକ୍ସୋ କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଇବା ସହ ଡାକ୍ତରୀମାଇନା କରିଛି । ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏ ସମ୍ପର୍କରେ ଆୟୋଗ ପଦକ୍ଷେପ ନେବେ ବୋଲି କହିଛନ୍ତି ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ। ଅନ୍ୟପକ୍ଷରେ ସରକାରୀ ବାବୁ ଜଣକ ବେଶ୍  ପ୍ରଭାବଶାଳୀ ହୋଇଥିବା ବେଳେ ଧମକ ଚମକ ମିଳୁଥିବାରୁ  ନାବାଳିକାଙ୍କ ପରିବାର ଭୟଭୀତ ଥିବା ପୋଲିସକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.