Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ: ମୃତଦେହ ଧରି ମେଡିକାଲ ଫାଟକ ସାମ୍ନାରେ ଧାରଣାରେ ବସିଲେ ପରିବାର ଲୋକେ

2/11/2020 at 3:54 PM

ବାରିପଦା୨/୧୧: ଚିକିତ୍ସା ଅବହେଳା ଯୋଗୁଁ ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ। ଏ​‌ ନେଇ ମେଡିକାଲ ଫାଟକ ସମ୍ମୁଖରେ ବସି ରହିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକେ। ଏପରି କି ଘଟଣାସ୍ଥଳରେ ଉତ୍ତେଜନା ଲାଗିବା ସହ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି।  ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ଅନୁସାରେ ଗତ ୩୦ ତାରିଖ ବାରିପଦା ସଦରଥାନା ଅନ୍ତର୍ଗତ ସପନଚୁଆ ଗ୍ରାମର ସୁପ୍ରିୟା ପାତ୍ର ନାମକ ଜଣେ ୧୭ ବର୍ଷୀୟ ନାବାଳିକା ଥାଲାସେମିଆ ରୋଗ ଚିକିତ୍ସା ପାଇଁ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଇଥିଲେ। ମିଳିଥିବା ସୂଚନା ଅନୁସାରେ  ସୁପ୍ରିୟା ଏହି ରୋଗରେ ଅନେକ ଦିନରୁ ପୀଡିତ ଥିବାରୁ ତାଙ୍କୁ ଅନେକ ଥର ରକ୍ତ ଦିଆଯିବା ସହିତ ଅନେକ ଥର ଚିକିତ୍ସିତ ମଧ୍ୟ ହୋଇଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧତ୍କ ଗୁରୁତର ହେବାରୁ ଗତ ୩୦ ତାରିଖରେ ସୁପ୍ରିୟାଙ୍କୁ ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲେ।

ରକ୍ତ ଅଭାବରୁ ସୁପ୍ରିୟା କଷ୍ଟ ପାଉଥିବାରୁ ରକ୍ତ ଦେବା ପାଇଁ ଡାକ୍ତରଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ପରିବାର ଲୋକେ। କିନ୍ତୁ ଡ୍ୟୁଟିରେ ଥିବା ଡାକ୍ତର କିମ୍ବା କୌଣସି କର୍ମଚରୀ ଏ ବାବଦରେ ଧ୍ୟାନ ଦେଇ ନଥିଲେ। ସେହିପରି ଅବସ୍ଥାରେ ଥିବା ସୁପ୍ରିୟାଙ୍କର ଆଜି ଭୋର ପ୍ରାୟ ୫ଟା ସମୟରେ ହଠାତ୍ ବାତ ବାହାରିଥିଲା।

ଏହା ଦେଖି ପରିବାର ଲୋକେ ଡାକ୍ତରଙ୍କୁ ଖବର ଦେଇଥିଲେ। ତେବେ ଡାକ୍ତର ଆସି ଚିକିତ୍ସା କରୁଥିବା ସମୟରେ ସୁପ୍ରିୟାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ତେବେ ଡାକ୍ତରଙ୍କର ଅବହେଳାରୁ ତାଙ୍କର ଏକମାତ୍ର ଝିଅ ସୁପ୍ରିୟାର ମୃତ୍ୟୁ ହୋଇଛି। ତେଣୁ ପରିବାର ଲୋକଙ୍କୁ କ୍ଷତିପୂରଣ ସାଙ୍ଗକୁ କର୍ତ୍ତବ୍ୟରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ମୃତଦେହକୁ ମେଡିକାଲ ମୁଖ୍ୟ ଫାଟକ ଆଗରେ ରଖି ଧାରଣାରେ ବସିଛନ୍ତି।

   Related Posts