ଅପହରଣ ପରେ ୯ମାସ ଯାଏଁ ନାବାଳିକାଙ୍କୁ ଦୁଷ୍କର୍ମ, ୮ମାସର ଗର୍ଭବତୀ ହେବା ପରେ ଇଚ୍ଛା ମୃତ୍ୟୁ ପାଇଁ ନିବେଦନ

Published By : Prameya-News7 Bureau | March 05, 2020 IST

ରାୟସେନ ୫।୩: ନାବାଳିକାଙ୍କୁ ଅପହରଣ କରି ଜଣେ ବ୍ୟକ୍ତି ଜୋବରଦସ୍ତ ବିବାହ କରି ୬ ମାସ ଧରି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଯେତେବେଳେ ତାଙ୍କ ଇଚ୍ଛା ପୂରା ହୋଇଥାଏ ସେତେବେଳେ ସେ ତାଙ୍କ ଶାଳକଙ୍କୁ ବିକ୍ରି କରିଦେଇଥିଲେ । ଯେଉଁଠାରେ ନାବାଳିକ ଜଣଙ୍କ ୩ ମାସ ରହଥିଲେ | ପରେ ଯେତେବେଳେ କୌଣସି ପ୍ରକାରରେ ନାବାଳିକାଙ୍କ ପରିବାରଲୋକ ଏ ସଂପର୍କରେ ଜାଣିବା ପରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି | ସେତେବେଳକୁ ନାବାଳିକା ଜଣଙ୍କ ୮ ମାସର ଗର୍ଭବତୀ ଥିଲେ  | ଏବେ ନାବାଳିକା ଜଣଙ୍କ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରୁଛନ୍ତି  | ଏଭଳି ଲଜ୍ଜାଜନକ ଘଟଣା ମଧ୍ୟପ୍ରଦେଶର ରାୟସେନ୍ ଜିଲ୍ଲାରେ ଘଟିଛି ।

ରାୟସେନ ଜିଲ୍ଲାର ସିଲଓ୍ବାନି ଥାନାରେ ଏକ ମାମଲା ରୁଜୁ ହୋଇଛି । ମେ ୨୦୧୯ରେ ନାବାଳିକାଙ୍କୁ ଚନ୍ଦନ ପିପଲିଆରୁ ସଂପୃକ୍ତ ବ୍ୟକ୍ତି ଏବଂ ତାଙ୍କ ପରିବାର ଡାକ୍ତରଙ୍କ ପାଖକୁ ନେବା ବାହାନାରେ ସିଲଓ୍ବାନୀ ନେଇଯାଇଥିଲେ। ତାପରେ ସେମାନେ ନାବାଳିକାଙ୍କୁ ଡରାଇ ହାତ ଓ ଗୋଡ ବାନ୍ଧି ଭୋପାଳକୁ ନେଇ ସେଠାରେ ସଂପୃକ୍ତ ବ୍ୟକ୍ତିଙ୍କ ସହ ତାଙ୍କର ବିବାହ କରିଦେଇଥିଲେ ।

ବିବାହ ପରେ ନାବାଳିକାଙ୍କୁ ଭୋପାଳର ଏକ ଅଜଣା ସ୍ଥାନରେ ରଖାଯାଇଥିଲା । ସଂପୃକ୍ତ ବ୍ୟକ୍ତି ନାବାଳିକାଙ୍କୁ ବହୁ ଥର ଦୁଷ୍କର୍ମ କରିଥିଲେ । ନାବାଳିକାଙ୍କର ଦେଖାଶୁଣା କରିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ଶାଳକକୁ ରଖାଯାଇଥିଲା । ଦୁହେଁ ମିଳି ବାରମ୍ବାର ନାବାଳିକାଙ୍କୁ ସହ ଦୁଷ୍କର୍ମ କରୁଥିଲେ । ନିର୍ଯାତନା ଦେବା ସହ ତାଙ୍କୁ ବନ୍ଦୀ କରି ରଖିଥିଲେ । ୬ମାସ ପରେ ସଂପୃକ୍ତ ବ୍ୟକ୍ତି ୬ହଜାର ଟଙ୍କାରେ ତାଙ୍କ ଶାଳକଙ୍କୁ ନାବାଳିକା ଜଣଙ୍କୁ ବିକ୍ରି କରିଦେଇଥିଲେ । ଏତିକି ବେଳେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଜଣେ ସଂପର୍କୀୟଙ୍କ ଘରେ ଛାଡିଦେଇଥିଲେ। ଏହାପରେ ସଂପର୍କୀୟ ଜଣଙ୍କ ନାବାଳିକାଙ୍କ ବାପା-ମାଙ୍କୁ ଫୋନ୍ କରି ଡକାଇଲେ । ମାତ୍ର ସେତେବେଳକୁ ନାବାଳିକା ଜଣଙ୍କ ୮ ମାସର ଗର୍ଭବତୀ ହୋଇଥିଲେ ।

ଯେତେବେଳେ ବାପା-ମା ତାଙ୍କ ପାଖକୁ ଆସିଥିଲେ ଝିଅର ଗୁରୁତ ଅବସ୍ଥା ଦେଖି ତାଙ୍କୁ ଚିହ୍ନି ପାରିନଥିଲେ। କିଛି ଦିନ ପରେ ସିଲଓ୍ବାନୀ ଷ୍ଟେସନରେ ପରିବାର ଲୋକ ଅଭିଯୋଗ କଲେ । ପୋଲିସ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା । ଏହାସହ ଗିରଫ ଅଭିଯୁକ୍ତର ବାପା-ମା, ଭାଇଭଉଣୀ ଏବଂ ସାହାଯ୍ୟକାରୀ ସମ୍ପର୍କୀୟଙ୍କ ସମେତ ପୀଡିତାଙ୍କ ଦ୍ବାରା ଅଭିଯୋଗରେ ଦର୍ଶା ଯାଇଥିବା ୧୧ ଜଣଙ୍କୁ ପଚରାଉଚରା ଚାଲିଛି। ପୀଡିତା ନାବାଳିକା ନ୍ୟାୟ ପାଇଁ ନିବେଦନ କରିଛନ୍ତି। ଯଦି ତାଙ୍କୁ ନ୍ୟାୟ ମିଳୁ ନାହିଁ ତେବେ ଇଚ୍ଛାକୁ ମୃତ୍ୟୁ ଦିଆଯାଉ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.