ବରଗଡ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତ ସଂପର୍କୀୟ ଖୁଡି ଗିରଫ, ପଥରରେ ଛେଚି ଛେଚି କରିଥିଲା ହତ୍ୟା

Published By : Prameya-News7 Bureau | January 10, 2021 IST

ବରଗଡ଼୧୦/୧:  ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଯୋଗେନ୍ଦ୍ରନାଥପୁର ଗ୍ରାମର ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ ତଥା ନିଜ ସମ୍ପର୍କୀୟ ଖୁଡି ଗିରଫ। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏହି ହତ୍ୟା ମାମଲାରେ ପୋଲିସ ଏକ ରକ୍ତ ଭିଜା ପଥର, ଗୋଟେ ପିତଳ ବାଲଟି ଓ ଅଭିଯୁକ୍ତର ରକ୍ତ ଲଗା ପୋଷାକକୁ ଜବତ କରିଛି। ଗତ ଜାନୁଆରୀ ୪ ତାରିଖ ଦିନ ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଯୋଗେନ୍ଦ୍ରନାପୁର ଗ୍ରାମରେ ଏକ ୮ ବର୍ଷୀୟ ନାବାଳିକାର କ୍ଷତବିକ୍ଷତ ମୄତଦେହ ସେହି ଗ୍ରାମର ଗ୍ରାମ୍ୟ ଜଙ୍ଗଲରେ ଉଦ୍ଧାର ହୋଇଥିଲା। ସୂଚନା ଅନୁସାରେ ଏହି ନାବାଳିକାର ବାପା-ମାଆ ଇଟ୍ଟା ଭାଟିରେ କାମ କରନ୍ତି।

ପିଲାଟି ରାନ୍ଧିବା ପାଇଁ ଇଟା ଭାଟିରୁ ଘରକୁ ଫେରିଥିଲା। ଘଟଣାଦିନ ଅପରାହ୍ନରେ ଘରେ କେହି ନଥିବା ବେଳେ ନାବାଳିକାର ନିଜ ଖୁଡି ତାକୁ ଶୌଚ ହେବା ପାଇଁ ନିକଟସ୍ଥ ଜଙ୍ଗଲକୁ  ଡାକି ନେଇଥିଲା। ସେଠାରେ ସେ ସମ୍ପୃକ୍ତ ନାବାଳିକାକୁ ହତ୍ୟା କରିଥିଲା। ନାବାଳିକାର ଅଜା-ଆଈ, ତା ଖୁଡିର ପୁଅକୁ ବେଶୀ ଭଲ ପାଉନଥିବା ପୋଲିସ ଆଗରେ କହିଛି ଅଭିଯୁକ୍ତ। ଏଥିରେ ସେ ଇର୍ଷାପରାୟଣ ହୋଇ ଝିଆରୀକୁ ହତ୍ୟା କରିଥିବା ଅଭିଯୁକ୍ତ ଖୁଡି କହିଛି। ବରଗଡ ଏସ୍‌ପି ଅଭିଯୁକ୍ତ ମହିଳାର ନାଁକୁ ଗୋପନ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.