Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କଟକ ପୋକ୍ସୋ ଅଦାଲତଙ୍କ ଐତିହାସିକ ରାୟ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା

5/10/2020 at 5:10 PM

କଟକ୫/୧୦: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡିତ ସହ ୧୦ ହଜାର ଟଙ୍କା ଜରିମାନା କଲେ କଟକ ପୋକ୍ସୋ ଅଦାଲତ। ୨୦୧୪ ମସିହାରେ ନାବାଳିକା ଦୁଷ୍କର୍ମ ମାମଲାରେ ଏଭଳି ଐତିହାସିକ ରାୟ ଶୁଣାଇଛନ୍ତି ଅଦାଲତ। ୨୦ ଜଣ ସାକ୍ଷ ଓ ପ୍ରମାଣ ଅଧାରରେ ପରେ ଏଭଳି ରାୟ ପ୍ରଦାନ କରିଛନ୍ତି। ଏହି ରାୟ ଶୁଣାଣି ପାଇଁ ୬ ବର୍ଷ ଲାଗିଥିଲା।

୨୦୧୪ ମସିହା ଅପ୍ରିଲ ମାସ ୪ ତାରିଖ ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଞ୍ଚଳରେ ଏହି ଲୋମ ହର୍ଷଣକାରୀ ଘଟଣା ଘଟିଥିଲା। କଟକ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ଜଣେ ନାବାଳିକା ନିଜ ମାଉସୀ ଘରକୁ ବୁଲି ଯାଇଥିଲେ। ମଉସା ମାଉସୀଙ୍କ ସହ ତାଙ୍କ ବିଲକୁ ଯାଇଥିବା ବେଳେ ,ସେହି ଅଞ୍ଚଳର କରୁଣାକର କାଣ୍ତି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା। ଏପ୍ରିଲ ୨୩ ତାରିଖରେ ନାବାଳିକାଙ୍କ ଅବସ୍ଥା ଖରାପ ହେବା ପରେ ସମସ୍ତ ଘଟଣା ପଦାକୁ ଆସିଥିଲା। ନାବାଳିକାଙ୍କ ମା ଧର୍ମଶାଳା ଥାନାରେ ଏତଲା ଦେବାପରେ ଆସାମୀ କରୁଣାକର ମେ ମାସ ୧୨ ତାରିଖରେ ଗିରଫ ହୋଇଥିଲା। ପୋଲିସ୍ ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡା ସଂହିତା ଅନୁସାରେ ଦଫା ୩୭୬ (୨ ଆଇ) , ୪୫୨ ଏବଂ ୫୦୬ ଆଧାରରେ ମୋକଦ୍ଦମା ଦାଏର କରିଥିଲା।

   Related Posts