Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ନାବାଳିକା ଦୁଷ୍କର୍ମ ଘଟଣା: ଓଏଏସ୍ ଅଧିକାରୀଙ୍କ ଶ୍ବଶୁର ପ୍ରଫୁଲ ପୃଷ୍ଟି ଗିରଫ, ସ୍ବାସ୍ଥ୍ୟ ପରୀକ୍ଷା ପରେ ଆଜି କୋର୍ଟରେ ହେବେ ହାଜର

6/11/2020 at 8:32 AM

ଭୁବନେଶ୍ବର୬/୧୧:  ଓଏଏସ୍‌ ଅଧିକାରୀଙ୍କ ଘରେ ନାବାଳିକାଙ୍କ ଦୁଷ୍କର୍ମ ଘଟଣାରେ ଶ୍ବଶୁର ପ୍ରଫୁଲ୍ଲ ପୃଷ୍ଟି ଗିରଫ। କମିସନରେଟ୍‌ ପୋଲିସ୍ ସହାୟତାରେ ବାଲିଚନ୍ଦ୍ରପୁର ପୋଲିସ୍‌ ତାଙ୍କୁ ଗିରଫ କରିଛି। ପ୍ରଫୁଲଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।

ସୂଚନାଥାଉକି ଭୁବନେଶ୍ବରସ୍ଥିତ ଶୈଳଶ୍ରୀ ବିହାରରେ ବିଏମ୍‌ସି ନର୍ଥ ଜୋନ୍‌ ପ୍ରମୋଦ ପୃଷ୍ଟିଙ୍କ ଘରେ ପୀଡିତା ସହାୟିକା ଭାବେ କାମ କରୁଥିଲେ। ସେଠାରେ କାମ କରିବା ସମୟରେ ଓଏଏସ୍‌ ଅଧିକାରୀଙ୍କ ଶ୍ବଶୁର ତାଙ୍କୁ ଦୁଷ୍କର୍ମ କରି ଆସୁଥିଲେ।ମିଳିଥିବା ସୂଚନା ଅନୁସାରେ,  ଗଲା ୫-୬ମାସ ଧରି ପ୍ରମୋଦଙ୍କ ଶ୍ବଶୂର ସଂପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଆସୁଥିଲେ।

ଏକଥା କାହା ଆଗରେ କହିଲେ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ । ଭୟରେ ନାବାଳିକା ଜଣକ କାହାକୁ କିଛି କହିନଥିବା ବେଳେ ଗଲା ଦୁର୍ଗାପୂଜା ସମୟରେ ଘରକୁ ଯାଇଥିଲେ । ଆଉ ଝିଅ ସହ ଏଭଳି ଘଟଣା ଘଟିଥିବା କଥା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହି ଘଟଣା ଜାଣିବା ପରେ ପୀଡିତା ଗର୍ଭବତୀ ଥିବା କଥା ଜାଣିବାକୁ ପାଇଥିଲେ ନାବାଳିକାଙ୍କ ମାଆ। ଏହାପରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାର ଦ୍ବାରସ୍ଥ ହୋଇଥିଲେ ପୀଡିତା ଏବଂ ତାଙ୍କ ମାଆ।

   Related Posts