Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

୯ ବର୍ଷର ନାବାଳିକାକୁ ହତ୍ୟା କଲା ୮ ବର୍ଷର ନାବାଳକ ! ଝିଅର ବାପା ଆଣିଲେ ସାଙ୍ଘାତିକ ଅଭିଯୋଗ

9/01/2021 at 8:45 AM

ସମ୍ବଲପୁର, ୦୯/୦୧: ଖେଳ ସାଜିଲା କାଳ । ମଜାମସ୍ତିରେ ଖେଳିବା ବେଳେ ନାବାଳକର ବାଡି ମାଡରେ ଜୀବନ ହାରିଲେ ନାବାଳିକା ।  ସମ୍ବଲପୁର ଜିଲ୍ଲା ବୁର୍ଲା ସହରରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ନାବାଳିକାର ବାପା ନାବାଳକ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ବୁର୍ଲାରେ ୯ ବର୍ଷର ନାବାଳିକାକୁ ୮ ବର୍ଷର ନାବାଳକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ନାବାଳିକାର ବାପା ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି । ଉଭୟେ ଶୁକ୍ରବାର ଖେଳୁଥିବା ସମୟରେ ନାବାଳକ କୌଣସି କାରଣ ବଶତଃ ବାଡିରେ ପିଟି ନାବାଳିକାକୁ ମାରିଥିବା କୁହାଯାଇଛି । ଶୁକ୍ରବାର ଥାନାରେ ଏକ ୟୁଡି କେସ୍ ହୋଇଥିବାବେଳେ ଶନିବାର ନାବାଳିକାର ବାପା ହତ୍ୟା ଅଭିଯୋଗ  ଆଣିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ବୁର୍ଲା ବିଷ୍ଣୁମନ୍ଦିର ପଡାରେ ଅଭିଯୋଗକାରୀ ଦୀପକ ପ୍ରଧାନଙ୍କ ନାବାଳିକା ଝିଅ ଓ ଜଣେ ନାବାଳକ ଖେଳୁଥିଲେ । କୌଣସି କାରଣରୁ ନାବାଳକ ଜଣଙ୍କ ଦୀପକଙ୍କ ଝିଅକୁ ବାଡିରେ ପିଟିଥିଲେ । ଏହାଦ୍ୱାରା ନାବାଳିକାର ନାକ ଓ ମୁଣ୍ଡରେ କ୍ଷତସୃଷ୍ଟି ହେବା ଫଳରେ ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇଯାଇଥିଲେ । ପରେ ଡାକ୍ତରଖାନା ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଶୁକ୍ରବାର ନାବାଳିକାଙ୍କ ବାପା ଏକ ୟୁଡି କେସ୍ କରିଥିବା ବେଳେ ଶନିବାର ହତ୍ୟା ଅଭିଯୋଗ ଆଣିଛନ୍ତି ।

   Related Posts