ଖୋର୍ଦ୍ଧାର ଏକ ଗାଁରେ ଦୁଇ ମାସ ଧରି ନାବାଳକକୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା

Published By : Prameya-News7 Bureau | January 31, 2020 IST

ଭୁବନେଶ୍ୱର ୩୧।୦୧ - ନାବାଳକକୁ ଯୌନ ନିର୍ଯାତନା । ବାଣପୁର ସ୍ଥିତ ନାରଣଦେଇପୁର ଗାଁରେ ଘଟିଯାଇଛି ଏଭଳି ଏକ ଅମାନୁଷିକ ଘଟଣା । ନାବଳକଟି ଗରୁତର ଅବସ୍ଥାରେ ଭୁବନେଶ୍ବର କ୍ୟାପିଟାଲ ହିସ୍ପିଟାଲରେ ଚିକିତ୍ସା ପାଇଁ ଅସିଥିବା ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

{"id":218390,"sizeSlug":"large"}

ନାବଳକକୁ ଦୁଷ୍କର୍ମ । ଦିନେ କି ଦୁଇ ଦିନ ନୁହେଁ । ଦୁଇ ମାସ ଧରି ନାବାଳକକୁ ଯୌନ ନିର୍ଯାତନା । ବାଣପୁର ନିକଟସ୍ଥ ଏକ ଗାଁର ଏଭଳି ଏକ ଅମାନୁଷିକ ଘଟଣା ଘଟିଛି । ଗାଁର କାଳିଆ ପାତ୍ର ଓ କୁନା ପାତ୍ର  ନାମକ ଦୁଇ ଯୁବକ ନାବାଳକକୁ ପ୍ରଥମେ  ହାତ, ଗୋଡ, ମୁହଁ ବାନ୍ଧି ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିଲେ ।

{"id":218392,"sizeSlug":"large"}

ତାପରେ ଡରେଇ ଧମକରେ ବାରମ୍ବାର ନିର୍ଯାତନା ଦେଇଚାଲିଥିଲେ ।  ତେବେ ନାବାଳକ ଅସୁସ୍ଥ ହେବା ଏବଂ ମାନସିକ ସ୍ତରରେ ଅସୁନ୍ତଳିତ ହେବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବାଣପୁରରୁ ଖୋର୍ଦ୍ଧା ଓ ସେଠାରୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ଘଟଣା ସାମ୍ନାକୁ ଆସିଥିଲା ।

{"id":218391,"sizeSlug":"large"}

ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଆଇନଗତ ଦିଗକୁ ଦେଖି ନାବାଳକ ଏବଂ ତାଙ୍କ ପରିବାର କୌଣସି ଚିତ୍ର ଆମେ ଆପଣଙ୍କ ସାମ୍ନାକୁ ଆଣୁନାହୁଁ। ତେବେ ତାଙ୍କ ମାଆ ଯେଉଁ ଭଳି ଭାଙ୍ଗିପଡ଼ିଛନ୍ତି

{"id":218393,"sizeSlug":"large"}

ଘଟଣା ଲୋକଲୋଚନକୁ ଆଣିଲେ  ନାବାଳକୁ ଜୀବନରୁ ମାରି ଦେବାକୁ କାଳିଆ ଓ କୁନା ଧମକ ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । 

{"id":218394,"sizeSlug":"large"}

ପୂର୍ବରୁ ମଧ୍ୟ ବାଣପୁର ପୋଲିସକୁ ଏନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। କିନ୍ତୁ ସେତେବେଳେ ଏହାକୁ ଗ୍ରହଣ କରାଗଲାନି। ଦିନ ଗଡ଼ିବା ସହିତ କୁନା କାଳିଆଙ୍କ ଉତ୍ପାତ ବଢ଼ିଥିଲା ଓ ନାବାଳକର ସଂକ୍ରମଣ ବଢ଼ିଥିଲା। 

{"id":218395,"sizeSlug":"large"}

ଦୁଷ୍କର୍ମ ଘଟଣା ନେଇ ଜଲୁଛି ସାରା ଦେଶ । କେଉଁଠି ମହିଳା ତଥା ଯୁବତୀଙ୍କୁ ଦୁଷ୍କର୍ମ ତ ପୁଣି କେଉଁଠି ନାବାଳିକା ଉପରେ ଯୌନ ନିର୍ଯାତନା । ଏପରି ସମୟରେ ଜଣେ ନାବାଳକ ଯୌନ ନିର୍ଯାତନାରେ ପଡ଼ି ଜୀବନ ମରଣ ସହିତ ସଂଘର୍ଷ କରୁଛି।  ଗାଁ ଲୋକଙ୍କର ଧମକ ଚମକ ଯୋଗୁଁ ସ୍ଥିତି ଏମିତି ସଂଗୀନ ହେଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.