ଉପନିର୍ବାଚନ ଲଢ଼ିବେନି ନବଜ୍ୟୋତି ପଟ୍ଟନାୟକ: ସ୍ପଷ୍ଟ କଲେ ତାରା ପ୍ରସାଦ ବାହିନୀପତି

Published By : Prameya-News7 Bureau | September 19, 2020 IST

ବାଲେଶ୍ବର୧୯/୯:  ବାଲେଶ୍ବର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହେବେ ନାହିଁ ନବଜ୍ୟୋତି ପଟ୍ଟନାୟକ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ଉପ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚାରେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ତାରା ପ୍ରସାଦ ବାହିନୀପତି।  ଅନ୍ୟପଟେ ବାଲେଶ୍ବର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଓଡିଆ ସିନେଷ୍ଟାର ଅରିନ୍ଦମ । ଏନେଇ  ଚର୍ଚ୍ଚା ଜୋର ଧରିଛି । ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ସମ୍ପର୍କୀୟ ହେଉଛନ୍ତି ଅରିନ୍ଦମ । ସେଥିପାଇଁ ଦଳୀୟ କର୍ମୀ ଅରିନ୍ଦମଙ୍କ ନାଁ ନେଇ ଚର୍ଚ୍ଚା କରୁଛନ୍ତି । ଏହା ଉପରେ ବିଜେଡି ନେତା ଅମର ଶତପଥୀ କହିଛନ୍ତି, ଦଳରେ ଅନେକ ଯୋଗ୍ୟ ଲୋକ ଅଛନ୍ତି ପ୍ରାର୍ଥୀ ହେବା ପାଇଁ, ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ କିଏ ପ୍ରାର୍ଥୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.