Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଆସନ୍ତାକାଲି ନବଯୌବନ ଦର୍ଶନ : ରଥଖଳାରେ ୩ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ବିଶ୍ୱକର୍ମା

1/07/2019 at 2:50 PM

ପୁରୀ ୧/୭ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଦୁଇଦିନ ବାକିଥିବାବେଳେ ରଥନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥର କଳସ କାର୍ଯ୍ୟ ଶେଷ ହୋଇଥିବା ବେଳେ ରଥାରୁଢ଼ ଶ୍ରୀବିଗ୍ରହଙ୍କ ମସ୍ତକ ଉପରେ ଲାଗୁଥିବା କନକମୁଣ୍ତି ନିର୍ମାଣ କାର୍ଯ୍ୟ ଚାଲିଛି। ସେପଟେ ଆଜି ଶ୍ରୀମନ୍ଦିରରେ ତ୍ରୟୋଦଶୀ ତିଥି ଅବସରରେ ଶେଷ ହୋଇଛି ମହାପ୍ରଭୁଙ୍କ ଘଣାଲାଗୀ ନୀତି।

  

ଆଜି ଶ୍ରୀମନ୍ଦିରରେ ତ୍ରୟୋଦଶୀ ତିଥି ଅବସରରେ ଶେଷ ହୋଇଛି ମହାପ୍ରଭୁଙ୍କ ଘଣାଲାଗି ନୀତି। ବିଳମ୍ୱିତ ରାତି ପ୍ରାୟ ଗୋଟାଏରେ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ପ୍ରଥମେ ମହାପ୍ରଭୁଙ୍କୁ ଘଣାକଟା ନୀତି କରିଥିଲେ। ପରେ ବାସୁଙ୍ଗା ପାଟରେ ନିର୍ମିତ ଘଣାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବନ୍ଧା ଯାଇଥିଲା। ଦଇତାପତିମାନେ ବେଶ୍ ନିଷ୍ଠାର ସହ ଏହି ଗୁରୁତ୍ୱପୁର୍ଣ୍ଣ ନୀତି ସଂପାଦିତ କରିଥିଲେ। ପରେ ଶ୍ରୀମନ୍ଦିରରୁ ନିମନ୍ତ୍ରଣ ପାଇ ଶୁଦ୍ଧ ସୁଆରଙ୍କ ଘରୁ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ଯାଇଥିଲା। ଏକ ସୁସଜ୍ଜିତ ଶୋଭାଯାତ୍ରାରେ ୩ ବାଡ଼ରୁ ୩ ଟି ଖଳି ପ୍ରସାଦ ଶୁଦ୍ଧ ସୁଆର ସେବାୟତ ନେଇ ଶ୍ରୀମନ୍ଦିରକୁ ଯାଇଥିଲେ। ଏହି ଖଳିର ପ୍ରଲେପ ଶ୍ରୀବିଗ୍ରହଙ୍କୁ ଲାଗି କରାଯାଇଛି।

ସେହିପରି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଦୁଇଦିନ ବାକିଥିବାବେଳେ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥର କଳସ କାର୍ଯ୍ୟ ଶେଷ ହୋଇଛି। ରଥାରୁଢ଼ ଶ୍ରୀବିଗ୍ରହଙ୍କ ମସ୍ତକ ଉପରେ ଲାଗୁଥିବା କନକମୁଣ୍ତି ନିର୍ମାଣ ସହ ପିତ୍ତଳ କାମ ଚାଲିଛି। ପ୍ରତ୍ୟେକ ରଥରେ ୧୨ ଖଣ୍ତ କରି ମୋଟ ୩୬ ଟି ପିତ୍ତଳ ଚାଦର ଲାଗୁଛି। ତିନିରଥର କନକ ମୁଣ୍ତିରେ ପିତ୍ତଳ ଚାଦର ପକାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ସେହିପରି ରଥରେ ପ୍ରଭା ଅପସରା କାର୍ଯ୍ୟ କରାଯାଇଛି। ପ୍ରଭା ସିଂହାସନର ଏକ ଅଂଶ ହୋଇଥିବାରୁ ଏହାର ପଛରେ ଧୂଳି ଦଣ୍ତା ଲାଗିବ। ଅନ୍ୟପଟେ ଦରଜି ସେବାୟତମାନଙ୍କ ଦ୍ୱାରା କନକ ମୁଣ୍ତି ପ୍ରସ୍ତୁତ ହେବା ପରେ କୋଠ ସୁଆଁସିଆ ସେବକମାନେ ରଥରେ ଏସବୁ ଲଗାଇବେ।

ଜ୍ୱରରେ ପଡ଼ିଥିବା ମହାପ୍ରଭୁ ଏବେ ସୁସ୍ଥ ହୋଇଥିବାବେଳେ ଆସନ୍ତାକାଲି ଚତୁର୍ଦ୍ଧଶୀ ଅବସରରେ ମହାପ୍ରଭୁଙ୍କୁ ଦତ୍ତମହାପାତ୍ର ସେବାୟତମାନେ ବନକଲାଗି କରିବେ।

   Related Posts