Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ବଡ଼ଦାଣ୍ଡେ ସଜ ହେଲାଣି ନନ୍ଦିଘୋଷ ରଥ : ରଥକୁ ଆସିବେ କାଳିଆ ଠାକୁର

2/07/2019 at 5:58 PM

ପୁରୀ ୨/୭: ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟ ଦିନ ରଥଯାତ୍ରାରେ ଶ୍ରୀଜିଉମାନେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରିବେ । ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ରଥ-ପଥ ପ୍ରସ୍ତୁତ ହେଲାଣି । ଆସନ୍ତାକାଲି ସକାଳ ଧୂପ ପରେ ରଥଖଳାକୁ ଆଜ୍ଞାମାଳ ବିଜେ ହେବ । ଏହା ପରେ ଶ୍ରୀମନ୍ଦିର ସିଂହଦ୍ବାରା ସାମ୍ନାକୁ ଟଣା ହେବେ ତିନି ରଥ । ସେପଟେ ରଥଯାତ୍ରା ସୁପରିଚାଳନା ପାଇଁ ଆଜି ପୁରୀ ପୋଲିସ ରିଜର୍ଭ ପଡ଼ିଆରେ କରାଯାଇଛି ରଥଟଣା ମକ୍‌ଡ୍ରିଲ୍‌ । ….

ବଡ଼ଦାଣ୍ଡେ ନନ୍ଦିଘୋଷ ସଜ ହେଲାଣି । ରଥକୁ ଆସିବେ କାଳିଆ ଠାକୁର । ଦରଶନ  ଦେବେ ପତିତଜନଙ୍କୁ । ମଝିରେ ଆଉ ମାତ୍ର ଗୋଟିଏ ଦିନ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟ ଦିନ ରଥଯାତ୍ରାରେ ଶ୍ରୀଜିଉମାନେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରିବେ । ଏଥି ପାଇଁ ରଥ-ପଥ ସବୁ ପ୍ରସ୍ତୁତ ହେଲେଣି । ଆସନ୍ତାକାଲି ସକାଳ ଧୂପ ପରେ ରଥଖଳାକୁ ଆଜ୍ଞାମାଳ ବିଜେ ହେବେ । ୩ରଥର ପୂଜାପଣ୍ଡା ସାମନ୍ତଙ୍କ ଦ୍ବାରା ରଥରେ ଆଜ୍ଞାମାଳ ବିଜେ ପରେ ସିଂହଦ୍ବାର ସାମ୍ନାକୁ ଆରମ୍ଭ ହେବ ରଥଟଣା ।  ପୋଲିସ ବାହିନୀ ଓ ଭକ୍ତ ମିଶି ତିନି ରଥକୁ ସିଂହଦ୍ବାର ପର୍ଯ୍ୟନ୍ତ ଟାଣି ନେବେ । ସେପଟେ ତିନି ରଥର ନିର୍ମାଣ କାର୍ଯ୍ୟ ପ୍ରାୟ ସରିଛି ।

ସେପଟେ ରଥଯାତ୍ରା ସୁପରିଚାଳନା ପାଇଁ ଆଜି ପୁରୀ ପୋଲିସ ରିଜର୍ଭ ପଡ଼ିଆରେ କରାଯାଇଛି ରଥଟଣା ମକ୍‌ଡ୍ରିଲ୍‌ । ରଥଯାତ୍ରା ଦିନ କିଭଳି ରଥ ଟଣାହେବ, କିଭଳି କର୍ଡ଼ନ କରାଯିବ, ମାଜିଷ୍ଟେ୍ରଟ୍‌ ଓ ପୋଲିସ ବାହିନୀ କିଭଳି ନିଜ ନିଜ ଦାୟିତ୍ବ ତୁଲାଇବେ ସେ ନେଇ ବିଦ୍ଧିବଧ ଟ୍ରେନିଂ ଦିଆଯାଇଛି । ତିନୋଟି ଗାଡ଼ିକୁ ତିନି ରଥ ଭାବେ ବିବେଚନା କରାଯାଇ ସେଥିରେ ଲାଗିଥିବା ଦଉଡ଼ି ଧରି ଟାଣିଥିଲେ ପୋଲିସ କର୍ମଚାରୀ । ଏହି ଅଭ୍ୟାସ ପର୍ବରେ ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂ, ଏସପି ଉମାଶଙ୍କର ଦାଶଙ୍କ ସହ ଶତାଧିକ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇଥିଲେ ।  କର୍ଡ଼ନ ଦାୟିତ୍ବରେ ଥିବା ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା କର୍ଡ଼ନ ପରିଚାଳନା ଅଭ୍ୟାସ କରାଇଥିଲେ ।

ଏହି ମକ୍‌ ଡ୍ରିଲ୍‌;ରେ ରଥ, କର୍ଡ଼ନ ଓ ସୁରକ୍ଷା ଦାୟିତ୍ବରେ ଥିବା ଓଏସ୍‌ଏପି ଯବାନ, ଓଡ଼ିଶା ସ୍ବିପ୍ଟ ଆକ୍ସନ ଫୋର୍ସ, ଏସଓଜି ଯବାନଙ୍କ ସହ ପୋଲିସ ବାହିନୀ ଓ ମାଜିଷ୍ଟେ୍ରଟ୍‌ମାନେ ଉପସ୍ଥିତ ଥିଲେ । ବିଶେଷ କରି ବର୍ଷା ସମୟରେ କିଭଳି ରଥଟଣା ହେବ ତାକୁ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା ।

   Related Posts