ବିଲରୁ ଶିଶୁର ମୃତଦେହ ଠାବ, ଅଲଗା ହୋଇଛି ନବଜାତର ମୁଣ୍ଡ-ଗଣ୍ଡି

Published By : Prameya-News7 Bureau | August 08, 2020 IST

ନୂଆପଡ଼ା ୦୮।୦୮ : ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ପଡିଥିବା ଶିଶୁପୁତ୍ରର ମୃତଦେହ ଉଦ୍ଧାର । ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ପଲସଦା ପଞ୍ଚାୟତ ବୁଢ଼ାପରା ଗାଁର ଏକ ଚାଷ ଜମିରୁ ଉଦ୍ଧାକ ହୋଇଛି । ବୋଡ଼େନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ପଳାସଦା ନିକଟ ବୁଢ଼ାପରା ଗାଁର ନରେନ୍ଦ୍ର ବେହେରାଙ୍କ ଚାଷ ଜମିରେ ଏକ ମୁଣ୍ଡ ଓ ଗଣ୍ଡି ଅଲଗା ଅଲଗା ହୋଇ ପଡିଥିବାର ଦେଖିବାକୁ ମିଳିଥିଲା ।  ନବ ଜାତ ଶିଶୁ ପୁତ୍ରର ମୃତଦେହ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଗାଁ ଲୋକେ ବୋଡ଼େନ ପୋଲିସକୁ ଖବର ଦେଇଥିଲେ । ଏହାପରେ ବୋଡ଼େନ ଥାନା ଆଇଆଇସିଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ । ତେବେ କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଛି ,ତାହା ଜଣା ପଡ଼ିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.