ନବଜାତ ଶିଶୁକୁ ବି ଛାଡ଼ିଲାନି କରୋନା : ସଂକ୍ରମିତ ହେବାର ୨୪ ଘଣ୍ଟାରେ ମୃତ୍ୟୁ

Published By : Prameya-News7 Bureau | March 29, 2020 IST

ୱାସିଂଟନ ୨୯।୩ : ଆମେରିକାରେ କରୋନା ମହାମାରୀ ଯୋଗୁଁ ପ୍ରଥମ ଥର ଏକ ନବଜାତ ଶିଶୁର ମୃତ୍ୟୁ ହୋଇଛି । ଶନିବାର ଦିନ ଆମେରିକାର ଚିକାଗୋରେ ମହାମାରୀରେ ସଂକ୍ରମିତ ଏକ ନବଜାତ ଶିଶୁର ମୃତ୍ୟୁ ହୋଇଛି । ଶିଶୁର ପ୍ରକୃତ ବୟସ ପ୍ରକାଶ କରାଯାଇ ନାହିଁ। ସ୍ୱାସ୍ଥ୍ୟ ବିଭାଗ ଦାବି କରିଛି ଯେ ସବୁଠାରୁ କାମ ବୟସ ମୃତ୍ୟୁ ଘଟଣା ବିଶ୍ୱରେ ପ୍ରଥମ । ତେବେ ଶିଶୁଙ୍କ ମୃତ୍ୟୁକୁ ନେଇ ଅନେକ ଦାବି କରାଯାଉଛି । କିଛି ଦିନ ପୂର୍ବରୁ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲରେ ଚାଇନାର ଅନୁସନ୍ଧାନକାରୀଙ୍କ ଏକ ଆର୍ଟିକିଲ୍ ପ୍ରକାଶିତ ହୋଇଥିଲା | ଯେଉଁଥିରେ ୧୦ ମାସର ନବଜାତ ଶିଶୁର ମୃତ୍ୟୁ ବିଷୟରେ ଉଲ୍ଲେଖ କରାଯାଇଥିଲା। ଡାକ୍ତରଖାନାରେ ଭର୍ତ୍ତି ହେବାର ଚାରି ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସଂକ୍ରମଣ ହେତୁ ଶିଶୁର ଅଙ୍ଗ ବିଫଳ ହୋଇଯାଇଥିଲା ।

ରାଜ୍ୟପାଳ ଜେ.ବି ପ୍ରିଜକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୪ ଘଣ୍ଟା ପୂର୍ବରୁ ନବଜାତ ଶିଶୁର କରୋନାରେ ସଂକ୍ରମଣ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ସେ ଦୋହଲି ଯାଇଛନ୍ତି । ଶିଶୁ ମୃତ୍ୟୁର ସମ୍ପୂର୍ଣ୍ଣ ତଦନ୍ତ ଜାରି ରହିଛି । ସେ କହିଛନ୍ତି ଯେ, ମୁଁ ଜାଣେ ନବଜାତ ଶିଶୁର ମୃତ୍ୟୁ ଖବର କେତେ ଯନ୍ତ୍ରଣାଦାୟକ ହୋଇପାରେ। ପୁରା ପରିବାର ପାଇଁ ଏହା ଅତ୍ୟନ୍ତ ଦୁଃଖଦ ସମୟ, ପରିବାର ବର୍ଷେ ଧରି ଶିଶୁର ଆଗମନ ଆନନ୍ଦକୁ ନେଇ କେତେ ସ୍ବପ୍ନ ଦେଖିଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.