Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଯୌତୁକ ଜୁଇରେ ଜଳିଲେ ନବବଧୂ, ପୋଡି ମାରିଦେଲେ ଶାଶୂଘର ଲୋକେ !

17/07/2021 at 8:18 AM

ସାଲେପୁର, ୧୭|୦୭ :   ଯୌତୁକ ଜୁଇରେ ଆଉ ଜଣେ ନବବଧୂ ।  ଅର୍ଦ୍ଧଦଗ୍ଧ ହୋଇ କଟକ ବଡ ମେଡିକାଲରେ ମରଣ ସହିତ ସଂଗ୍ରାମ କରି ଲିଭିଯାଇଛି ନବବଧୂଙ୍କ  ଜୀବନ ଦୀପ । ଏପରି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡା ଗ୍ରାମରେ ।

ସୂଚନା ଅନୁସାରେ, ବାରଙ୍ଗ ଥାନା ଫୁଲପୋଖରୀ ଗାଁର ସସ୍ମିତା ମୁଦୁଲି ଗତ ଏପ୍ରିଲ ୨୪ ତାରିଖରେ ସାଲେପୁର ଥାନା ଅନ୍ତର୍ଗତ ରାଇସୁଙ୍ଗୁଡା ଗାଁର ଅଜୟ ବେହେରାଙ୍କୁ  ବୈଦିକ ରୀତିରେ ବିବାହ କରିଥିଲେ । ତେବେ ସସ୍ମିତାଙ୍କ ବଡଭାଇଙ୍କ ଅଭିଯୋଗ ମୁତାବକ, ବିବାହ ସମୟରେ ଯୌତୁକ ବାବଦକୁ ନଗଦ ୫୦ ହଜାର ଟଙ୍କା  ଦିଆଯାଇଥିଲା । ମାତ୍ର୧୫ଦିନ ପରେ ଅଧିକ ଦେଢ଼ ଲକ୍ଷ ଟଙ୍କା ଯୌତୁକ ଦାବିକରି ତାଙ୍କ ଭଉଣୀକୁ ଶାଶୂଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ ।  ଏବେ ୩ ମାସ ପରେ ଆର୍ଥାତ୍ ଗତ ଜୁନ ୨୭ରୋ ରେ ସସ୍ମିତାଙ୍କୁ କିରୋସିନ୍ ଢାଳି ପୋଡି ମାରିଦେବାକୁ ଉଦ୍ୟମ କରାଯାଇଥିଲା ।  ଅର୍ଦ୍ଧଦଗ୍ଧ ଅବସ୍ଥାରେ ସସ୍ମିତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର  ମୃତ୍ୟୁ ଘଟିଛି  ।

ଏନେଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସସ୍ମିତାଙ୍କ ପରିବାର । ଅନ୍ୟପଟେ ସାଲେପୁର ପୋଲିସ୍ ଅଭିଯୋଗ ପାଇଲା ପରେ ଆରମ୍ଭ କରିଛି ତଦନ୍ତ. ଯୌତୁକ ଜନିତ ବଧୂହତ୍ୟା ମାମଲା ରୁଜୁକରି ପୋଲିସ୍ ସବୁ ଦିଗକୁ ନେଇ ଚଳାଇଛି ତନାଘନା ।  ଶାଶୂଘର ପକ୍ଷରୁ ଜଣଙ୍କୁ ଅଟକ ରଖି ପଚରା ଉଚାରା ଚଳାଇଛି ପୋଲିସ୍. ତେବେ ତଦନ୍ତ ଚାଲିଛି ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ସାଲେପୁର ଆଇ. ଆଇ. ସି ।

   Related Posts