ଘରେ କେହି ନଥିବା ବେଳେ ନବବଧୂଙ୍କ ଆତ୍ମହତ୍ୟା, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | June 16, 2020 IST

ସୋର ୧୬।୦୬: ସୋର ଥାନା ସବିରା ଅଞ୍ଚଳରେ ନବବଧୂକୁ  ହତ୍ୟା ଅଭିଯୋଗ ଆସିଛି  । ମୃତକ ହେଲେ ସବିତା ମାଝି । ଘର ଭିତରୁ ସବିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ଘରୋଇ କଳି ଯୋଗୁ ସବିତା ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ଲୋକେ କହିଛନ୍ତି ।

{"id":286912,"sizeSlug":"large"}

ସୂଚନାଯୋଗ୍ୟ ଯେ, ସବିତାଙ୍କ ସ୍ବାମୀ ଲକ୍ଷ୍ମୀଧର ତାସ୍ ଖେଳିବାକୁ ଯିବା ପରେ ଘରେ କେହି ନଥିବାର ସୁଯୋଗ ନେଇ ସେ ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ପକ୍ଷରୁ କୁହାଯାଇଛି । ସେପଟେ ସବିତା ଆତ୍ମହତ୍ୟା କରିନି ବରଂ ତାକୁ ମାରି ଏମିତି ଝୁଲାଇ ଦେଇଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସୋର ଥାନାରେ ଏକ ଅଭିଯୋଗ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସବିରା ଗାଁର ଲକ୍ଷ୍ମୀଧର  ଗତ ଚାରି ମାସ ତଳେ ଆରୁଅବାଡ଼ର ସବିତା ମାଝୀଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଏପରି ଅଘଟଣ ଘଟିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.