ପ୍ରଥମ ଦେଖାରେ ହିଁ ପୂଜା ବାତ୍ରାଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ନବାବ

Published By : Prameya-News7 Bureau | July 19, 2019 IST

ମୁମ୍ବାଇ୧୯|୭: ଅଭିନେତ୍ରୀ ପୂଜା ବାତ୍ରା ଓ ଅଭିନେତା ନବାବ ଶାହ ଗୁପ୍ତ ବିବାହ କରିଛନ୍ତି। ଏବେ ଉଭୟଙ୍କ ବାହାଘର ବେଶ ଚର୍ଚ୍ଚାରେ ଅଛି। ବିରାସତ, ଭାଇ, ହସିନା ମାନ ଜାଏଗି ଭଳି ଫିଲ୍ମରେ ଅଭିନୟ କରି ପୂଜା ବାତ୍ରା ଲୋକପ୍ରିୟତା ହାସଲ କରିଥିଲେ।

{"id":135395}

ଅପରପକ୍ଷରେ ନବାବ ଶକ୍ତିମାନ, ସାରଥୀ ଭଳି ସିରିଏଲ ଓ ଡନ-୨, ଭାଗ ମିଲଖା ଭାଗ, ଟାଇଗର ଜିନ୍ଦା ହେ, ଦିଲୱାଲେ ଭଳି ଫିଲ୍ମରେ ନଜର ଆସିଛନ୍ତି। ଏକ ସାକ୍ଷାତକାରରେ ପୂଜା କହିଥିଲେ ଯେ, ଉଭୟଙ୍କ ବିବାହରେ କେବଳ ପରିବାର ଲୋକ ଓ କ୍ଲୋଜ ସାଙ୍ଗ ସାଥୀ ସାମିଲ ହୋଇଥିଲେ।

{"id":135398}

ଜୁଲାଇ ମାସ ୪ ତାରିଖରେ ଉଭୟଙ୍କ ବିବାହ ଆର୍ଯ୍ୟ ସମାଜରେ ହୋଇଥିଲା। ପୂଜା ଓ ନବାବଙ୍କ ବିଷୟରେ କାହାକୁ ଜଣା ନଥିଲା। ଏବେ କିଛି ଦିନ ତଳେ ନବାବ ତାଙ୍କ ଫଟୋ ସେଆର କରିଥିବାରୁ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

{"id":135399,"width":589,"height":393}

 ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପୂଜା ଓ ନବାବ ତାଙ୍କ ସମ୍ପର୍କ ଅଫିସିଆଲ ଭାବେ ଘୋଷଣା କରିଥିଲେ।ଦିଲ୍ଲୀରେ ଉଭୟଙ୍କ ବିବାହ ହୋଇଥିଲା। ପୂଜା ନବାବଙ୍କୁ ବହୁତ ଆଗରୁ ପ୍ରପୋଜ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ନର୍ଭସ ଲଗୁଥିଲା। ପରେ ନବାବ ନିଜେ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଓ ପୂଜା ହଁ କହିଥିଲେ।ଉଭୟଙ୍କ ପ୍ରେମ କାହାଣୀ ଦିଲ୍ଲୀ ଏୟାରପର୍ଟରୁ ଆରମ୍ଭ ହୋଇଥିଲା ବୋଲି ପୂଜା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.