Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆସନ୍ତାକାଲି ଭୁବନେଶ୍ବରରେ ନବ ନିର୍ମାଣ କୃଷକ ସଂଗଠନର ମହାସମାବେଶ : ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବି

4/11/2018 at 7:26 PM

ଭୁବନେଶ୍ବର ୪|୧୧: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଂଘ ପଦଯାତ୍ରା କରୁଥିବାବେଳେ ଆସନ୍ତା କାଲି ଭୁବନେଶ୍ବରରେ ମହାସମାବେଶ କରିବ । ଏପଟେ ଭୁବନେଶ୍ବର ଆସୁଥିବାବେଳେ ନିବନିର୍ମାଣ ସଂଘକୁ  ତାମଣ୍ତୋ ଏବଂ ଆଉ ଗୋଟିକୁ ଗୋଷ୍ଠୀକୁ ପହାଳ ନିକଟରେ ଅଟାକାଇଛି ପୋଲିସ।  ଆସନ୍ତାକାଲି ସକାଳେ ସେମାନେ ପୁଣି ପଦଯାତ୍ରାରେ ବାହାରିବେ। ଏହି କୃଷକ ପଦଯାତ୍ରାକୁ ସମର୍ଥନ କରିଛି କଂଗ୍ରେସ। କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ  ବି କୃଷକଙ୍କ ସହିତ ପଦଯାତ୍ରା କରୁଛନ୍ତି।ଆସନ୍ତା କାଲି ଯଦି ପୋଲିସ ଅଟକାଏ ତାହେଲେ ରାଜରାସ୍ତରେ ଧରଣାରେ ବସିବବୋଲି ଚେତାବନୀ ଦେଇଛନ୍ତି କୃଷକ ସଂଘ । ଏପଟେ କୃଷକ ସଂଘର ଦାବିକୁ ମୁହଁମୁହିଁ ହୋଇଛନ୍ତି ବିଜେଡି ବିଜେପି। ବିଜେଡି କହିଛି ପ୍ରାଇସ ବଢ଼ାଇବା କେନ୍ଦ୍ର ସରକାରଙ୍କ ଦାୟୀତ୍ବ । ରାଜ୍ୟସରାକର ପକ୍ଷରୁ ବାରମ୍ଭାର କରାଗଲାଣି। ଏପରିକି ଗୃହ କମିଟିକୁ ପ୍ରଧାନମନ୍ତ୍ରୀକୁ ଭେଟିବାକୁ ଦେଲେନି। ୨ଶହା ଟଙ୍କା ବଢ଼ାଇଦେଇ ଚୁପ ବସିପଡିଲେ। ପ୍ରାଇସ ବଢ଼ିଲେ ଚାଷୀ ସମସ୍ୟା ଦୂର ହେବ। ତେଣୁ ଚାଷୀସଂଘ ମାନେ କେନ୍ଦ୍ରସରକାରଙ୍କ ପାଖରେ ଦାବି କରନ୍ତୁ। ଏପଟେ ବିଜେପି ବି ଏହାର ଜବାବ ରଖିଛି।

   Related Posts