Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

କେନ୍ଦ୍ରୀୟ କୃଷି ବିଲକୁ ବିରୋଧ: ରିଲିଫ୍ କୋଡ୍ ସଂଶୋଧନ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ପ୍ରତିବାଦ

22/09/2020 at 12:55 PM

ଚଣ୍ଡିଖୋଲ ୨୨/୦୯ : କେନ୍ଦ୍ରୀୟ କୃଷି ବିଲକୁ ବିରୋଧ ସହ ରିଲିଫ କୋଡ଼ ସଂଶୋଧନ ଦାବି ସହ ଚାଷୀକୁ ଉଚିତ ମୂଲ୍ୟ ପ୍ରଦାନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚଣ୍ଡିଖୋଲ ଠାରେ ସତ୍ୟାଗ୍ରହ ଜାରି ରହିଛି । ବନ୍ୟାରେ କ୍ଷୟକ୍ଷତି ହୋଇଥିବା ଜିଲ୍ଲାମାନଙ୍କରେ ଚାଷୀମାନେ ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ।

ସେମାନଙ୍କ ଚାଷ ଉଜୁଡି ଯାଇଥିବା ବେଳେ ସେମାନଙ୍କୁ ଉଚିତ ମୂଲ୍ୟ ଦିଆଯାଉନାହିଁ । ଏକର ପିଛା ୧୫ ହଜାର ଭାଗଚାଷୀଙ୍କୁ ୭ ହଜାର ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ସଂଗଠନ ଦାବି କରିଛି । କେନ୍ଦ୍ର ସରକାର ଯେଉଁ କୃଷି ବିଲ ପାରିତ କରିଛନ୍ତି ତାହାକୁ ସମ୍ପୂର୍ଣ ବିରୋଧ କରିବା ସହ ବିଲକୁ ପୁର୍ନବିଚାର କରାଯାଇ ପ୍ରତ୍ୟାହାର ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚଣ୍ଡିଖୋଲ ଠାରେ ସତ୍ୟାଗ୍ରହ କରାଯାଇଛି ।

ଏଥିରେ ବିଭିନ୍ନ ଜିଲ୍ଲାରୁ ବହୁ ଚାଷୀ ଯୋଗ ଦେଇଛନ୍ତି । ଆଇନ ଶୃଙ୍ଖଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୃତୟନ କରାଯାଇଛି ।

   Related Posts