ପଟ୍ଟାମୁଣ୍ଡାଇ ଥାନାରେ ନବନିର୍ମାଣ କୃଷକ ସଂଘର ଧାରଣା
21/11/2018 at 1:25 PM

କେନ୍ଦ୍ରାପଡା ୨୧|୧୧: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଗତ ୧୮ତାରିଖ ଦିନ ବିଜେଡି ତରଫରୁ ଶାସନ ପଚଂ।ୟତରେ ପଦଯାତ୍ରା କରାଯାଇଥିଲା । ବିଜେଡି ଜିଲ୍ଲା ସଭାପତି ଧୃବ ସାହୁ ଓ ବ୍ଲକ୍ ସଭାପତି କିଶୋର ସାହୁ ଓ ବିଜେଡିର ବହୁ ପୁରୁଖାନେତାଙ୍କ ସହ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ । ତେବେ ନବନିର୍ମ।ଣ କୃଷକ ସଂଘର ପ୍ରତିବାଦ ସଭାକୁ ରାଜ୍ୟସରକାର ଭଣ୍ଡୁର କରିଥିବା ପ୍ରତିବାଦରେ ବିଜେଡି ନେତାଙ୍କୁ ଗ୍ରାମରେ ପୁରାଇ ଦବେ ନାହିଁ ବୋଲି ସଂଘ ଦାବି କରିଥିଲା। ତେବେ ଶାସନ ପଚଂ।ୟତ ମାଳିପୁର ଛକଠାରେ ଜିଲ୍ଲା ସଭାପତି ଧୃବ ସାହୁଙ୍କୁ ନବନିର୍ମାଣ କୃଷକ ସଂଘ ବିରୋଧ କରିବା ସହ ଧସ୍ତା ଧସ୍ତି ହୋଇଥିଲେ । ତେବେ ଧୃବ ସାହୁଙ୍କ ବିରୋଧରେ ନବନିର୍ମ।ଣ କୃଷକ ସଂଘ ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଧୃବ ସାହୁଙ୍କୁ ତୁରନ୍ତ ଗିରଫ ଦାବିରେ ସଂଘ ତରଫରୁ ପଟ୍ଟାମୁଣ୍ଡାଇ ଥାନାରେ ଗଣ ଧାରଣାରେ ବସିଛନ୍ତି ସଂଘ କର୍ମକର୍ତ୍ତା ।