ଜିଦରେ ଅଟଳ ନବ ନିର୍ମାଣ କୃଷକ ସଙ୍ଗଠନ : ମାଟ୍ରିକ ପରୀକ୍ଷା ପୂର୍ବରୁ କୃଷକ ଆନ୍ଦୋଳନକୁ ନେଇ ତିନି ଦଳ ମୁହାଁମୁହିଁ

Published By : Prameya-News7 Bureau | February 20, 2019 IST

ଭୁବନେଶ୍ୱର ୨୦/୨ : ଜିଦରେ ଅଟଳ ରହିଲା ନବ ନିର୍ମାଣ କୃଷକ ସଙ୍ଗଠନ। ୬ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆନ୍ଧରରେ ଠେଲି ନିଜର ରାଜନୈତିକ ଫାଇଦା ପାଇଁ ରାସ୍ତାକୁ ଓହ୍ଲାଇବ ସଙ୍ଗଠନ। ଏାହାକୁ ନେଇ ତିନି ଦଳ ମୁହାଁମୁହିଁ।ମାଟ୍ରିକ ପରୀକ୍ଷା ପୂର୍ବ ଦିନ ଏଭଳି ଆନ୍ଦୋଳନକୁ ଡାକରା ବିଜେଡି ରାଜନୈତିକ ଷଡଯନ୍ତ୍ରର ଆଖ୍ୟା ଦେଇଛି। ଏପଟେ ବିଜେପି ଓ କଂଗ୍ରେସ ନୈତିକ ସମର୍ଥନ ଦ୍ବାହୀ ଦେଇଛନ୍ତି…

ବନ୍ଦ ଡାକରାରୁ ଓହରିଲାନି ନବନିର୍ମାଣ କୃଷକ ସଙ୍ଗଂଠନ।  ରାଜନୈତିକ ଫାଇଦା ଆଗରେ ବଳି ପଡିଲା ମାଟ୍ରିକ ପିଲାଙ୍କ ଭବିଷ୍ୟତ। ନିଜର ବ୍ୟକ୍ତିଗତ ରାଜନୈତିକ ଫାଇଦ ପାଇଁ ବାଜି ଲାଗିଲା ୬ଲକ୍ଷ ମାଟ୍ରିକ ପିଲାଙ୍କ ଭବିଷ୍ୟତ । ଗୋଟିଏ ଦିନ ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। କିନ୍ତୁ ପ୍ରାଇସ , ପ୍ରେଷ୍ଟିଜ ଓ ପେନସନକୁ ନେଇ ଆସନ୍ତା କାଲି ଓଡିଶା ବନ୍ଦ କରିବ ନବ ନିର୍ମାଣ କୃଷକ ସଙ୍ଗଠନ। ମାଟ୍ରିକ ପରୀକ୍ଷା ଥିବାରୁ ଏହି ଆନ୍ଦୋଳନରୁ ଓହରିବାକୁ ସରାକର ଅନୁରୋଧ କରିଥିଲେ କିନ୍ତୁ ନବ ନିର୍ମାଣ ସଙ୍ଗଠନ ଉଭଟ ଯୁକ୍ତି ବାଢ଼ିଛି। ପରୀକ୍ଷା ପର ଦିନ ସକାଳେ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ଯିବ ।ଆନ୍ଦୋଳନ ହେଲେ କିଛି ପରୀକ୍ଷା ଉପରେ ପ୍ରଭାବ ପଡିବନି।

ନିର୍ବାଚନ ଦୁଇ ମାସ ପୂର୍ବରୁ ଏବଂ ଠିକ ମାଟ୍ରିକ ପରୀକ୍ଷା ପୂର୍ବରୁ ଏଭଳି କୃଷକ ଆନ୍ଦୋଳନକୁ ନେଇ ତିନି ଦଳ ମୁହାଁମୁହିଁ ହୋଇଛନ୍ତି। ବିଜେଡି ବିଜେପି ଉପରେ ଦୋଷ ଲଦିଛି। ନବ ନିର୍ମାଣ କୃଷକ ସଙ୍ଗଠନ ବନ୍ଦ ପଛରେ ବିଜେପିର ହାତ ରହିଛି। ସରକାରଙ୍କୁ ବଦନାମ କରିବା ପାଇଁ ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ବିଜେଡ କହିଛି। ଏହାର ଜବାବ ରଖିଛି ବିଜେପି । କୃଷକ ଆନ୍ଦୋଳନକୁ ନୈତିକ ସମର୍ଥନ ଦେଲେ ସରକାର କାହିଁକି ଭୟଭୀତ ହେଉଛନ୍ତି ପ୍ରଶ୍ନ କରିଛି ବିଜେପି। ଏପଟେ କଂଗ୍ରେସ କହିଛି ରାସ୍ତାକୁ ଓହ୍ଲାଇବା ନାହିଁ କେବଳ ନୈତିକ ସମର୍ଥନ।

ନବ ନିର୍ମାଣ କୃଷକ ସଙ୍ଗଠନର ବନ୍ଦ ଡାକରାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେଭଳି କିଛି ଅପ୍ରତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ଅଧିକ ଧ୍ୟାନ ଦେବାକୁ  ସବୁ ଜିଲ୍ଲା ଏସପି ମାନଙ୍କୁ ନିର୍ଦେଶ ଦିଆଯାଇଛି।

ମାଟ୍ରିକ ପରୀକ୍ଷା ପୂର୍ବରୁ ଏଭଳି ଆନ୍ଦୋଳନ ଡାକରା କେତେ ଦୂର ଠିକ ତାହା ଏବେ ବଡ ପ୍ରଶ୍ନ। କାରଣ ପ୍ରାଇସ ପ୍ରେଷ୍ଟିସ ଓ ପେନସନ ଦାବି ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ବାରମ୍ବାର ଆନ୍ଦୋଳନ କରିଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.