ଚାଷୀ ଆନ୍ଦୋଳନର ପଛର ଉଦ୍ଦେଶ୍ୟକୁ ନେଇ ଉଠିଲା ପ୍ରଶ୍ନ : ନବନିର୍ମାଣ କୃଷକ ସଂଗଠନକୁ କହିଲେ ରାଜନୈତିକ ପ୍ଲାଟଫର୍ମ

Published By : Prameya-News7 Bureau | November 06, 2018 IST

ଭୁବନେଶ୍ବର ୬|୧୧: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଚାଲିଥିବା ଚାଷୀ  ଆନ୍ଦୋଳନର ପଛର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିଲାଣି। ଚାଷୀ ଆନ୍ଦୋଳନର ଅସଲ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ରାଜ୍ୟର କିଛି ଆଗଧାଡ଼ିର ଚାଷୀନେତା । ନବ ନିର୍ମାଣ କୃଷକ ସଂଗଠନ ଆଣିଥିବା ସମସ୍ୟା ପ୍ରକୃତ ସମସ୍ୟା ନୁହେଁ ବୋଲି ସେମାନେ କହିଛନ୍ତି । ନିଜର ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ କିଛି ନେତା ଚାଷୀଙ୍କୁ ବ୍ୟବହାର କରୁଥିବା ଆରୋପ ଆସିଛି । ସେପଟେ ରାଜନୈତିକ ଦଳ ଭିତରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି । ପ୍ରାଇସ,ପେଷ୍ଟିଜ ଓ ପେନସନ କେବଳ ବାହାନା । ନେତାଏ ରାଜନୈତିକ କ୍ୟାରିୟର ନିର୍ମାଣ ପାଇଁ ନବ ନିର୍ମାଣ କୃଷକ ସଂଗଠନକୁ ପ୍ଲାଟଫର୍ମ କରାଯାଉଛି । ଏହି ସଙ୍ଗଠନ ଉଠାଉଥିବା ସମସ୍ୟା ଚାଷୀଙ୍କର ବାସ୍ତବ ସମସ୍ୟା ନୁହେଁ । ନବ ନିର୍ମାଣ କୃଷକ ସଙ୍ଗଠନର ଚାଷୀ ଆନ୍ଦୋଳନକୁ ନେଇ ଏମିତି ପ୍ରଶ୍ନ ଉଠାଇଲେଣି କୃଷକ ସଙ୍ଗଠନ । ପଶ୍ଚିମ ଓଡିଶାର ଚାଷୀନେତା ଲିଙ୍ଗରାଜ ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।ଜଳ ସେଚନ,କୃଷକ ଆତ୍ମହତ୍ୟା ବଢି ବଢି ଚାଲିଛି ଏହା ସହ କୃଷିଜାତ ଦ୍ରବ୍ୟ ର ଦରନିର୍ଦ୍ଧାରଣ କୁ  ନେଇ କାହାରି ଆନ୍ତରିକତା ନାହିଁ ।  କିନ୍ତୁ ଆନ୍ଦୋଳନ ନାଁରେ ନେତାଏ ନିଜର ଫାଇଦା ପାଇଁ ଚାଷୀଙ୍କ ଦାବି କୁ ଗୌଣ କରିଦେଉଛନ୍ତି ।  ଚାଷୀଙ୍କୁ ରାଜନୈତିକ ବ୍ୟବହାର କରାଯାଉଛି । ଏହାକୁ ନେଇ ଲିଙ୍ଗରାଜ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉଦାହରଣ ଦେଇଛନ୍ତି । ସଂଘଠନ କୁ ପଛରୁ ସମର୍ଥନ ଦେଉଥିବା ବ୍ରହ୍ମପୁର ର ତିରୁପତି ପଟ୍ଟନାୟକ ଙ୍କୁ ନେଇ ବି ଚର୍ଚ୍ଚା ହେଉଛି। କିନ୍ତୁ ସେମାନେ ନିଜ ରାଜନୈତିକ କ୍ୟାରିୟର ନିର୍ମାଣ ପାଇଁ ଚାଷୀ ସଂଘଠନ କୁ ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ଚାଷୀ ନେତା ଲିଙ୍ଗରାଜ । ଦାବି ପୁରଣ ନେଇ ରାଜଧାନୀ ମୁହାଁ ହୋଇଛି ନବ ନିର୍ମାଣ କୃଷକ ସଙ୍ଗଠନ ।  ଏହି ସଙ୍ଗଠନ ସହିତ ଅନେକ ନେତାଏ ବି ଯୋଡି ହେଉଛନ୍ତି । ହେଲେ ଏହାକୁ ନେଇ ପଶ୍ଚିମ ଓଡିଶାର କୃଷକ ସଂଗଠନ ପ୍ରଶ୍ନ ଉଠାଇବା ପରେ ଆନ୍ଦୋଳନକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଏହାକୁ ନେଇ ରାଜନୈତିକ ଦଳ ମାନେ ବି କାଦୁଅ ଫିଙ୍ଗାରେ ମାତିଛନ୍ତି । ନବ ନିର୍ମାଣ ସଂଘଠନକୁ ନେଇ ରାଜନୀତି ହେଉଥିବା ବିଜେଡି କହିଛି । ଜବାବରେ କଂଗ୍ରେସ କହିଛି ଚାଷୀଙ୍କ ଆନ୍ଦୋଳନକୁ ରାଜନୀତି ସହ ନଯୋଡି ସରକାର ସେମାନଙ୍କ ଦାବି ପୁରଣ କରନ୍ତୁ । ଚାଷୀ ଓ ଚାଷ ରାଜ୍ୟ ରାଜନୀତିରେ ପ୍ରସଙ୍ଗ ହୋଇ ରହିଛି । ଆଉ ନିର୍ବାଚନ ପୂର୍ବରୁ ଏହାକୁ ନେଇ ଫାଇଦା ଉଠାଇବାକୁ ରାଜନୈତିକ ଦଳ ପ୍ରୟାସ କରୁଛନ୍ତି ବୋଲି ନେଇ ବି ଆରୋପ ଆସିଲାଣଇ । ବରଗଡରୁ ବ୍ୟୋମକେଶ କରଙ୍କ ସହ ଭୁବନେଶ୍ବରରୁ କ୍ୟାମେରା ପର୍ସନ ଲକ୍ଷ୍ମୀଧର ଓ ଗୁଣ୍ଡିଚାଙ୍କ ସହ ସୁକାନ୍ତ ରାଉତରାୟ ଓ ପ୍ରଶାନ୍ତ ସ୍ବାଇଁ ନ୍ୟୁଜ ସେଭେନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.