ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ, ୧୪ ଦିନ ପରେ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

Published By : Prameya-News7 Bureau | July 02, 2019 IST

ପୁରୀ ୨|୭:  ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।  ଚତୁର୍ଦ୍ଦଶୀ ଅବସରରେ ଦତ୍ତମହାପାତ୍ର ସେବାୟତମାନେ  ମହାପ୍ରଭୁଙ୍କୁ ବନକଲାଗି କରିବେ । ଏହା ପରେ ନବଯୌବନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୁର୍ତ୍ତି । ଦିନ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ହେବ ।ଅପରାହ୍ଣ ସାଢ଼େ ୩ଟା ୩୦ରୁ ମହାପ୍ରଭୁଙ୍କ ସାହାଣ ମେଲା ଦର୍ଶନ ଆରମ୍ଭ ହେବ ।

{"id":129590}

। ଏଥିପାଇଁ ଭକ୍ତଙ୍କୁ ସିଂହଦ୍ବାର ଦେଇ ପ୍ରବେଶ କରିବାକୁ ପଡିବ। ଦର୍ଶନପରେ ଭକ୍ତମାନେ ଦକ୍ଷିଣଦ୍ବାର, ଉତ୍ତରଦ୍ବାର ଏବଂ ପଶ୍ଚିମ ଦ୍ବାରଦେଇ ପ୍ରସ୍ଥାନ କରିବେ। ସୋମବାର ଅଣସର ଘରେ ଘଣାଲାଗି ଏବଂ ଶ୍ରୀପୟରମୁଦା ନୀତି ଅନୁଷ୍ଠିତ ହୋଇଥିଲା ।  ଆଜି ଶ୍ରୀନଅରକୁ ଖଡିପ୍ରସାଦ ବିଜେନୀତି,  ବନକଲାଗି ନୀତି ରହିଛି । ଚକାଅପସର, ମଙ୍ଗଳଆଳତି, ମଇଲମ ଏବଂ ଅବକାଶ ପରେ ଦଶାବତାର ଠାକୁର ବାହୁଡା ବିଜେ କରନ୍ତି । ଏହାପରେ ଅଣସରତାଟି ଫିଟାଯାଇ ପଟ୍ଟିଦିଅଁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।  ସ୍ନାନବେଦିରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ି ମହାପ୍ରଭୁ ଶ୍ରୀମନ୍ଦିର ଅଣସରରେ ଥିଲେ ।

{"id":129589,"width":579,"height":326}

ଅଣସର ପିଣ୍ଡିରେ ଦଇତାପତିଙ୍କ  ଗୁପ୍ତନୀତି ସଂପାଦନ କରିବା ପରେ ଅସୁସ୍ଥ ମହାପ୍ରଭୁ  ସୁସ୍ଥ ହୋଇଛନ୍ତି । ଦୀର୍ଘ ୧୪ ଦିନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ । ନବଯୌବନ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ ଆଉ ଦିନକ ପରେ ଘୋଷଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୪ ତାରିଖ ରେ ଧାଡି ପହଣ୍ଡିରେ ରଥାରୂଢ ହୋଇ ଶ୍ରୀଗୁଣ୍ଡିଚାକୁ ଯାତ୍ରା କରିବେ । ସେଠାରେ ଆଡପ ମଣ୍ଡପରେ ୯ ଦିନ ବ୍ୟାପୀ ଭକ୍ତଙ୍କୁ ଦର୍ଶନ ଦେବେ। ପରେ ବାହୁଡା ଯାତ୍ରା, ସୁନାବେଶରେ ଦର୍ଶନ ଦେଇ ମହାପ୍ରଭୁ ନୀଳାଦ୍ରି ବିଜେ କରି ରତ୍ନ ବେଦୀରେ ଅଧିଷ୍ଠିତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.