ନବ ଦାସଙ୍କ ପାଇଁ ବାହାରିଲେ ପତ୍ନୀ ଓ ପୁଅ

Published By : Prameya-News7 Bureau | April 11, 2019 IST

ଝାରସୁଗୁଡା ୧୧|୪ : ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ଷ୍ଟାଇଲରେ ନିଜର ପ୍ରଚାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି | ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳିରୁ ଗତ ଦୁଇଟି ନିର୍ବାଚନରେ କଂଗ୍ରେସ ଟିକେଟରେ ବଜିମାତ କରିଥିବା ନବକିଶୋର ଦାସ ବିଜେଡିରେ ମିଶି ଏଥର ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇ ନିଜର ପ୍ରଚାର ଅଭିଯାନକୁ ଜୋରସୋର କରିଛନ୍ତି | ନବଙ୍କ ପାଇଁ ଭୋଟ୍ ଭିକ୍ଷା କରିବାକୁ ବାହାରିଛନ୍ତି ତାଙ୍କ ପତ୍ନୀ ମିନତୀ ଦାସ ଓ ପୁଅ ବିଶାଳ ଦାସ | ନବ ଦାସଙ୍କ ପତ୍ନୀ ଝାରସୁଗୁଡା ପୌରାଞ୍ଚଳର ବିଭିନ୍ନ ୱାର୍ଡକୁ ବୁଲି ଘରକୁ ଘର ଯାଇ ଭୋଟରମାନଙ୍କୁ ଗତଥର ଭଳି ନବଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରୁଛନ୍ତି | ମିନତୀ ଦାସଙ୍କ ସହ କିଛି ମହିଳା ଓ ବିଜେଡି ସମର୍ଥକମାନେ ମଧ୍ୟ ଦୁଆର ଦୁଆର ବୁଲି ଭୋଟ୍ ମାଗୁଥିବା ବେଳେ ଜନତାଙ୍କ ଆଶୀର୍ବାଦ ମିଳିଲେ ନବ ପୁଣି ବିଧାୟକ ହୋଇ ଲୋକଙ୍କ ସେବା କରିବେ ବୋଲି ତାଙ୍କ ପତ୍ନୀ କହିଛନ୍ତି |

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ବିଧାନସଭା ଆସନ ପାଇଁ ଦିନେଶ ଜୈନଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ମହେନ୍ଦ୍ର ନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଝାରସୁଗୁଡାରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.